ସୁରକ୍ଷା ଯୁଗ୍ମନିର୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): ଲୋକସଭା ସଚିବାଳୟର ସୁରକ୍ଷା ଯୁଗ୍ମନିର୍ଦେଶକ ଅରୁଣ କୁମାର ସାହୁ ଅବସରଗ୍ରହଣ କରିଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଭରତପୁର ଗ୍ରାମର ବାସୀନ୍ଦା ତଥା ନୂଆଦିଲ୍ଲୀ ମହାନଗରନିଗମରେ କାର୍ଯ୍ୟରତ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ତଥା ହାଉସଖସ ଜଗନ୍ନାଥ ମନ୍ଦିରର ସଚିବ ରବୀନ୍ଦ୍ର ନାଥ ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଲୋକସଭାର ସୁରକ୍ଷା ଯୁଗ୍ମ ନିର୍ଦେଶକ ଅରୁଣ କୁମାର ସାହୁଙ୍କୁ ଉସୋôସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ସାହୁଙ୍କ କାର୍ଯ୍ୟଦକ୍ଷତା, ମାନବିକତା, ସାହସ, ମଧୁରବ୍ୟବହାର ଓ ବନ୍ଧୁବତ୍ସଳତା ସମ୍ପର୍କରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିବା ସହ ଶ୍ରୀ ସାହୁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ନୂଆଦିଲ୍ଲୀ ମହାନଗରନିଗମର ହାଉସଖସସ୍ଥିତ କମ୍ୟୁନିଟି ସେଂଟର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦ ସୁରକ୍ଷା ନିର୍ଦେଶକ ଭୂବନଚନ୍ଦ୍ର ଯୋଶୀ, ରାଜ୍ୟସଭା ସଚିବାଳୟର ସ୍ୱତନ୍ତ୍ର ସୁରକ୍ଷା ନିର୍ଦେଶକ ରାଜୀବ ଶର୍ମା,ସ୍କିଲ ଡେଭଲପମେଂଟ ନିର୍ଦେଶକ ବି.କେ. ରାୟ, ଗଜେନ୍ଦ୍ର ସାମନ୍ତ, ଶରତ ଦେହୁରୀ, ବରୋଦା କୃଷ୍ଣ ରଥ, ଅଶୋକ ପ୍ରଧାନ, ଆନନ୍ଦ ଓଝା, ସହେଯାଗୀ ଦୟାନନ୍ଦ, ପ୍ରଦୀପ ରାୟ, କୃଷ୍ଣ ପ୍ରସାଦ ବାଲିୟନ, ଅଜୟ ଠାକୁର, ଦୀପକ ପରମାର ପ୍ରମୁଖ ଯୋଗଦେଇ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ବିଜୟ ଗୈାର କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ