ସୁତାର ବଂଶର ସାଧାରଣ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ମା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସୁତାର ବଂଶର ଏକ ସାଧାରଣ ବୈଠକ ସଭାପତି ପ୍ରଭାକର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ବିଜୟ ମହାରଣା , ସଂପାଦକ ପିତାମ୍ବର ମହାରଣା, ଉପ ସଭାପତି ମରୁ ମହାରଣା, କୋଷାଧ୍ୟକ୍ଷ ଭଗବାନ ମହାରଣା,ଉପଦେଷ୍ଠା ଗୌରହରି ମହାରଣାଙ୍କ ସମେତ ବହୁ ସଭ୍ୟ ମାନେ ଯୋଗ ଦେଇ ବଂଶର କିପରି ଉନ୍ନତି ହୋଇପାରିବ ସେଥି ନିମନ୍ତେ ଆଲୋଚନା କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସମସ୍ତେ ମତ ପ୍ରକାଶ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ପରିଚାଳନା ନିମନ୍ତେ ୫ ଜଣ ସଭ୍ୟ ଯଥା- ସିମାଞ୍ଚଳ ମହାରଣା,ସୁଦର୍ଶନ ମହାରଣା, ଅଭିମନ୍ୟୁ ମହାରଣା, କୋରା ମହାରଣା, ଭାଗିରଥି ମହାରଣାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ଥାୟୀ ସଭାପତି ପ୍ରଭାକର ମହାରଣା ଓ କାର୍ଯ୍ୟକାରୀ ସଭାପତି ବିଜୟ ମହାରଣା ବଂଶ ର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆଗାମୀ ଦିନରେ କରାଯିବ ବୋଲି କହିଥିଲେ । ଶେଷରେ ସଂପାଦକ ପିତାମ୍ବର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ