୧୪ ବର୍ଷ ପରେ ଦେବ୍ ଆନନ୍ଦଙ୍କ ଭଣଜାଙ୍କୁ ମିଳିଲା ସୁଯୋଗ

ବଲିଉଡ୍‌ରେ ଷ୍ଟାର କିଡ୍‌ଙ୍କୁ ଅତି ସହଜରେ ସୁଯୋଗ ମିଳିଥାଏ । ଏପରି ସମସ୍ତେ ଭାବିଥାନ୍ତି । ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହୋଇ ନ ଥାଏ । ଏହାର ଏକ ବଡ଼ ଉଦାହରଣ ଏବେ ଦେଖିବାକୁ ମିଳିଛି । ନିଜ ସମୟର ଲୋକପ୍ରିୟ ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ପୁଅ ତଥା ସ୍ୱର୍ଗୀୟ ସୁପରଷ୍ଟାର ଦେବ୍ ଆନନ୍ଦଙ୍କ ଭଣଜା ବୈଭବ ଆନନ୍ଦଙ୍କୁ ୧୪ ବର୍ଷର ସଂଘର୍ଷ ପରେ ଅଭିନୟରେ ସୁଯୋଗ ମିଳିଛି । ଏକତା କପୁରଙ୍କ ଏକ ୱେବ୍ ଶୋ “ଦ ଭରଡିକ୍ଟ: ନାନାବତି ଭର୍ସେସ୍ ଷ୍ଟେଟ’ରେ ତାଙ୍କୁ ଦେଖିବାକୁ ମିଳୁଛି । ସେପ୍ଟେମ୍ବର ୩୦ରୁ ଏହି ଶୋ’ ଆରମ୍ଭ ହୋଇସାରିଛି । ଏହି ଶୋ’ ପାଇଁ ବୈଭବ ଦିନକୁ ୧୮ ହଜାର ଟଙ୍କା ପାରିଶ୍ରମିକ ନେଉଛନ୍ତି । ଏହି ୧୪ ବର୍ଷ ମଧ୍ୟରେ ବୈଭବ ୧୦୦ରୁ ଅଧିକ ସିନେମାରେ ଅଡିସନ ଦେଇସାରିଛନ୍ତି ।

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ