ପରସ୍ପରଠାରୁ ଅଲଗା ହେଲେ ସାରା-କାର୍ତ୍ତିକ

ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କୁ ଦେଖାଯାଇଛି । ସେମାନଙ୍କ ମଧ୍ୟରୁ କିଛି ବିବାହ କରିସାରିଛନ୍ତି ତ କିଛି ଯୋଡ଼ିଙ୍କର ବିଚ୍ଛେଦ ହୋଇଛି । ବଲିଉଡ୍ ଇତିହାସରେ ବିଚ୍ଛେଦ ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଅନେକ ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଥିବା ବେଳେ ଏବେ ଚର୍ଚ୍ଚାରେ ରହିଥିବା ସାରା-କାର୍ତ୍ତିକଙ୍କ ଯୋଡ଼ି ଭାଙ୍ଗିଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଅଭିନେତ୍ରୀ  ସାରା ଆଲ୍ଲୀ ଖାନ୍ ନିଜ ବାପାଙ୍କ ସହ କଫି ଉଇଥ୍ କରଣକୁ ଆସିବା ପରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍ କରିବାକୁ ଚାହୁଁଥିବା କଥା କହିଥିଲେ । ଯାହା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ପରେ ଦୁହିଁଙ୍କୁ ଫିଲ୍ମ ଲଭ୍ ଆଜ୍‌କଲ୍‌ରେ ସାଥୀରେ କାମ କରିବାର ସୁଯୋଗ ମିଳିବାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଅନେକ ସମୟରେ ଦୁହେଁ ସାଥୀରେ ନଜର ଆସିବା ସହ ଏକା ସାଙ୍ଗରେ ଫଟୋ ଅପ୍‌ଲୋଡ୍ କରିବା ଆରମ୍ଭ କରିଥିଲେ । ଦୁହେଁ ବଲିଉଡ୍‌ର ନୂଆ ପ୍ରେମୀଯୁଗଳ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି । ନିଜ ନିଜର ବଲିଉଡ୍ ପ୍ରାଜେକ୍ଟକୁ ନେଇ ଦୁହେଁ ବ୍ୟସ୍ତ ରହୁଥିବାରୁ ପରସ୍ପରକୁ ସମୟ ଦେଇ ପାରୁ ନାହାନ୍ତି । ଯାହା ପରେ ସେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ