ଅସହାୟ କଲେଜ ଛାତ୍ରୀଙ୍କୁ ସାଇକଲ ପ୍ରଦାନ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଆଳି ବ୍ଲକର ମହାଦେଇ ପାଟଣା ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ରାମଚନ୍ଦ୍ର ସାହୁଙ୍କ କଲେଜ ପଢୁଆ ଝିଅ ପଦ୍ମାବତୀ ସାହୁକୁ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମନକରପୁର ସ୍ଥିତ ରେସ୍ୱୱା ସ୍ୱେଛାସେବୀ ଅନୁଷ୍ଠାନର ସେକ ଲିଆକତ ହୋସେନ ଏକ ସାଇକଲ ପ୍ରଦାନ କରିଥିବା ଜଣାପଡିଛି । ଶ୍ରୀ ସାହୁଙ୍କ ଝିଅ ନିଜ ଘର ପାଖରୁ କଲେଜକୁ ଦୈନିକ ୫-୬କିମି ବାଟ ଚାଲିଚାଲି ଯିବା ଆସିବା କରୁଥିବା ସମ୍ପର୍କରେ ଖବର ପାଇ ସ୍ୱେଛାସେବୀ ହୋସେନ ତାଙ୍କୁ ଏକ ସାଇକଲ ପ୍ରଦାନ କରିବାକୁ ଇଛାପ୍ରକାଶ କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସଙ୍କ ଉପସ୍ଥିତିରେ ଏହି ସାଇକଲ ପ୍ରଦାନ କରାଯାଇଥିଲା ।


