ନିରାଡ଼ମ୍ବରରେ ପାଳନ ହେଲା ସରସ୍ୱତୀ ପୂଜା

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ନିରାଡ଼ମ୍ବର ଭାବେ ସ୍ୱରସ୍ୱତୀ ପୂଜା ପାଳନ ହୋଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ମାଆ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଉଠି ଛାତ୍ରଛାତ୍ରୀମାନେ ନିଜ ନିତ୍ୟକର୍ମ ସାରି ସଫା ପୋଷାକ ପରିଧାନ କରି ସାଙ୍ଗ ସାଥୀଙ୍କ ସହ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇ ସେଠାରେ ଅନୁଷ୍ଠିତ ପୂଜାରେ ସାମିଲ ହୋଇ ମା’ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ପୃଥିବୀ ରୁ କରୋନା ମୁକ୍ତ ପାଇଁ ପ୍ରାର୍ଥନା କରି ସମସ୍ତ ବିଦ୍ୟାଳୟ ଗୁଡିକ ଶୀଘ୍ର ସ୍ୱାଭାବିକ ହେବାପାଇଁ ମା’ ସରସ୍ୱତୀଙ୍କ  ନିକଟରେ କାମନା କରିଥିଲେ । କରୋନା କଟକଣା କାରଣରୁ ୧୦ ମ ଶ୍ରେଣୀରୁ ଯୁକ୍ତ ୩ ପର୍ଯ୍ୟନ୍ତ  ଛାତ୍ର, ଛାତ୍ରୀ ପୂଜାରେ ଅଂଶ ଗ୍ରହଣ କରିପାରିଥିଲେ। ପ୍ରାଇମେରୀ ସ୍କୁଲ ମାନଙ୍କରେ କେବଳ ବିଦ୍ୟାଳୟ କତ୍ତୃପକ୍ଷ ପୂଜା କରିଥିଲେ।କିଛି ଅଭିଭାବକ ମାନେ ପ୍ରଥା, ପରମ୍ପରା, ନିୟମ ଅନୁସାରେ ମା  ସରସ୍ବତୀଙ୍କ ନିକଟରେ ତାଙ୍କ ଶିଶୁଙ୍କ ଖଡ଼ି ଛୁଆଁ ବା ବିଦ୍ୟାରମ୍ଭ ମଧ୍ୟ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ