ଜୁଆ ଅଡ୍ଡା ଉପରେ ଚଢ଼ାଉ ; ୯ ଗିରଫ

ହିଂଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଦୁଇ ଦିନ ଧରି ମା ଠାକୁରାଣୀଙ୍କ ଯାତ୍ରା ଆୟୋଜିତ ହୋଇଛି । ଗାଁର ଏହି ପାରମ୍ପରିକ ଯାତ୍ରାକୁ ଜାକ ଯମକରେ ପାଳନ କରାଯାଉଥିବା ବେଳେ ଜନଗହଳିର ସୁଯୋଗ ନେଇ ଜୁଆ ଆଡ୍ଡା ମୁଣ୍ଡ ଟେକିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିୟୋଜିତ ହିଂଜିଳି ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅତକୀର୍ତ ଚଢ଼ାଉ କରିଛି । ପୋଲିସ ସେଠାରୁ ୯ ଜୁଆଡିଙ୍କୁ କାବୁ କରିବା ସହ ନଗଦ ୭ ହଜାର ସାତଶହ ଷାଠିଏ ଟଙ୍କା, ୬ ମୋବାଇଲ ସେଟ ଓ ତାସ ଜବତ କରିଛି। ଏ ନେଇ ହିଂଜିଳି ଥାନା କେଶ ନଂ ୬୨/ ୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ  ଗିରଫ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ