କେନ୍ଦ୍ରାପଡା ଜିଲ୍ଲା ମହିଳା ଫୁଟବଲ ଦଳ ୫-୦ଗୋଲରେ ବିଜୟୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହିଳା ଫୁଟବଲଦଳ ମନୋନ୍ୱିତ ହୋଇ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଝାରସୁଗୁଡା ଗସ୍ତରେ ଯାଇଥିବା ବେଳେ ପ୍ରଥମ ଦିବସ ଖେଳରେ କେନ୍ଦ୍ରାପଡା ଜିଲ୍ଲାର ମହିଳା ଫୁଟବଲଦଳ କେଉଁଝର ଦଳକୁ ୫-୦ ଗୋଲରେ ହରାଇ ବିଜୟୀ ହୋଇଛନ୍ତି । ଏହି ଦଳରେ ଭାଗନେଇଥିବା ଖେଳାଳିମାନେ ହେଉଛନ୍ତି ମନିଷା, ସ୍ମିତା, ସସ୍ମିତା, ରାଜେଶ୍ୱରୀ, କ୍ରୀଷ୍ଣା, ଶିଖା, ସଙ୍ଘମିତ୍ରା, ଅମୀୟବାଳା, ସୁହାଶିନୀ, ଲିଲି, ପୂର୍ଣ୍ଣିମା, ସ୍ୱନନ୍ଦିତା,ଜ୍ୟୋସ୍ୱôା ଏବଂ କୋଚ ହେଉଛନ୍ତି ସୁଶାନ୍ତ ମଲ୍ଲିକ ବୋଲି ଜିଲ୍ଲା କ୍ରୀଡା ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଜଣାଇଛନ୍ତି । ମହିଳା ଫୁଟବଲ ଦଳର ଏହି ବିଜୟ ପାଇଁ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଖେଳାଳିମାନଙ୍କୁ ଶୁଭେଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।


