୩ ଗାଡ଼ିରୁ ୨୨୫ କେଜି ଗଞ୍ଜେଇ ଜବତ, ଜଣେ ନାବାଳକ ସମେତ ୭ ଅନ୍ତରାଜ୍ୟ ମାଫିଆ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ବିଭିନ ସମୟରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଚାଲିଛି ଆଜି ଆର.ଉଦୟଗିରି, ମୋହନା ଓ ଅଡବା ଥାନା ପୋଲିସ ଏକାକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଗୋଟି ଗାଡ଼ିରୁ ୨୨୫ କେଜି ଗଞ୍ଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ଜଣେ ନାବାଳକ ସମେତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ବିହାର ପାଟଣାର ସନ୍ତୋଷ କୁମାର, ଚନ୍ଦନ କୁମାର, ପୁଷ୍ପେନ୍ଦ୍ର କୁମାର ସିଂ, ବିନ୍ଦ୍ରଶ୍ୱରୀ ସିଂ, ପଙ୍କଜ କୁମାର ଗୁପ୍ତା ଓ ଆର.ଉଦୟଗିରିର ରୁଡ଼ିଙ୍ଗିଆ ଗାଁର ପରମାନନ୍ଦ ନାୟକ ଓ ଜୀବିତ ଗମଙ୍ଗ ସମେତ ଜଣେ ନାବାଳକ ରହିଛି । ସୂଚନାନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ।କୁମାର ପଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ୩ ଗୋଟି ଥାନା ପୋଲିସ କମଳାପୁର, ଝିଲିକି, ଅଲିଗଣ୍ଡା ଓ କଟଙ୍ଗପଡା ଆଦି ଛକରେ ଚଢ଼ାଉ କରି ୨ ଗୋଟି କାର ଓ ଗୋଟିଏ ସ୍କୋର୍ପିଓରୁ ୨କୁଇଣ୍ଟାଲ ୨୫ କେଜି।ଗଞ୍ଜେଇ ଜବତ କରି ଅଭିଯୁକ୍ତମାନକୁ ଗିରଫ କରିଛି ପୋଲିସ ।।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ମୋହନା ଓ ଆର.ଉଦୟଗିରି।ଅଂଚଳରୁ ଗଂଜେଇ ନେଇ ବିହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ