‘ସୁରକ୍ଷା’ ସଂଗଠନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ପାରାଦୀପ, (ପୀତବାସ ପ୍ରଧାନ) : ପ୍ରତ୍ୟେକ ବର୍ଷ ପରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ର ପାରାଦୀପ ଶାଖା ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସହମତି କ୍ରମେ ଏଥର ସଡ଼କ ସୁରକ୍ଷା ସପ୍ତାହକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବେ ଘୋଷଣା କରାଯାଇଛି । ସେଥିପାଇଁ ସଂଗଠନ ପକ୍ଷରୁ ମାସେ ଧରି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି କୁହାଯାଇଛି । ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସୁରକ୍ଷିତ ଯାତ୍ରା ପାଇଁ ସଂଗଠନ ପକ୍ଷରୁ ଦୋଛକି, ଇଫ୍‌କୋ ଛକ, ଅଠରବାଙ୍କୀ, ଥାନା ଛକ ଓ ପିଆଇସିଟି ଗେଟ୍‌-୫ ନିକଟରେ ସତର୍କତାର ଫଳକ ଲଗାଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରିବା, ଧୀର ଗତିରେ ଗାଡ଼ି ଚଳାଇବା, ଦୁଇ ଚକିଆ ଗାଡ଼ିରେ ହେଲମେଟ୍ ପିନ୍ଧିବା, ମୋବାଇଲରେ କଥା ଓ ନିଶାସେବନ କରିି ଗାଡ଼ି ନଚଳାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ରାସ୍ତା କଡ଼ରେ ବଡ଼ ଗାଡ଼ି ଗୁଡ଼ିକୁ ନ ରଖି ପାର୍କିଂ ସ୍ଥାନରେ ରଖିଥିଲେ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଟ୍ରକ୍ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁରକ୍ଷା ସମ୍ପାଦକ ସୁନୀଲ କୁମାର ଲେଙ୍କା, କାର୍ଯ୍ୟକାରିଣୀ ସଦସ୍ୟ ତଥା କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାମଲ, ରେଡକ୍ରସ ଅଧିକାରୀ ବ୍ରହ୍ମାନନ୍ଦ ବିଶ୍ୱାଳ, ନାଗାର୍ଜୁନ ପଣ୍ଡା, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଲଳିତ କୁମାର ସିଂହ, ବୈକୁଣ୍ଠ ନାୟକ, ବ୍ରଜ କିଶୋର ପାଢ଼ୀଙ୍କ ସମେତ ବହୁ କର୍ମକର୍ତ୍ତା ଓ ସହଯୋଗୀ ଉପସ୍ଥିତ ଥିଲେ । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ୨୦୦୩-୦୪ ବର୍ଷଠାରୁ ଜିଲ୍ଲା ସ୍ତରୀୟ ମାନ୍ୟତା ପାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିଥିଲା । ପରେ ୨୦୦୭-୦୮ ବର୍ଷଠାରୁ ରାଜ୍ୟ ସ୍ତରରେ ସାମିଲ ହୋଇ ବିଭିନ୍ନ ଉନ୍ନୟନ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଛି । ଏହାସହ ପାରାଦୀପ ବନ୍ଦର ତଥା ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ