ଏମଜିଏନଆରଜିଏସ କାର୍ଯ୍ୟ ଅନୁଧ୍ୟାନକାରୀ ଅଧିକାରୀ ଦଳର ସାନଖେମୁଣ୍ଡି ଗ୍ରସ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସନଖେମୁଣ୍ଡି ବ୍ଲକ୍ ରେ କାର୍ଯ୍ୟକାରି ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି (ଏମଜିଏନଆରଜିଏସ) ଯୋଜନା ସମେତ ବିଭିନ୍ନ ଉର୍ଣ୍ଣାୟନ ମୁଳକ କରଜ୍ୟର ପରିଦର୍ଶନ ପାଇଁ ରାଜ୍ୟ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଅଧିକାରୀ ଦଳ ସାନଖେମୁଣ୍ଡି ବ୍ଲକ୍ ଗ୍ରସ୍ତ କରିଛନ୍ତି, ଏହିଅବସରରେ ଜୀଉରା ଗ୍ରାମପଞ୍ଚାୟତ ପରିଦର୍ଶନ କରିଛନ୍ତି । ବ୍ଲକ୍ ସ୍ତର ରେ କାର୍ଯ୍ୟକାରୀ ହେଉଥିବା ଆଦର୍ଶ ପୋଖରୀ, ଆଦର୍ଶ ଗୁହାଳ, ଆଲୋକ ସଂଯୋଜିକରଣ, ଖାଲଢେପ ଜମି ସମତଳ ଏବଂ ଗ୍ରାମିୟ ବଗିଚା ସମେତ ବିଭିନ୍ନ କାର୍ଯ୍ୟ ଓ ମନରେଗା ଯୋଜନା ର ସଫଳତା କାର୍ଯ୍ୟକାରିତା କୁ ନେଇ ପରିଦର୍ଶନ କରିଥିବା ଜଣାପଡିଛି। ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଅଧିକାରୀ ଦଳରେ ରାଜ୍ୟ ଏମଜିଏନଆରଜିଏସ କମ୍ପ୍ୟୁଟର ପ୍ରୋଗ୍ରାମ ରଶ୍ମିରଞ୍ଜନ ମିଶ୍ର, ଇଫଏମଏସ ନୋଡାଲ ଅଧିକାରୀ ଅଜୟ କୁମାର ବାଇ, ଜିଲ୍ଲା ସଂଯୋଜିକା ରୀନା ପାଢ଼ୀ, ଜୀଉରା ପଂଚାୟତ ପରିଦର୍ଶନ କରି ପଂଚାୟତ ସଭାଗୃହ ରେ ସମୀକ୍ଷା କରିଥିଲେ। ଅନୁଧ୍ୟାନକାରୀ ଙ୍କ ସହ ନିର୍ବାହୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ,ଏ ପି ଓ ଅରୁଣ କୁମାର ସ୍ୱାଇଁ,କାନିଷ୍ଠ ଯନ୍ତ୍ରୀ ବିଦୂତପ୍ରଭା ରଥ,ପି ଇ ଓ ନିଗମାନନ୍ଦ ପାଣିଗ୍ରାହୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲଷ୍ମୀଚରଣ ପାତ୍ର ପ୍ରମୁଖ ପଞ୍ଚାୟତ ରେ ରହିଥିବା ବେଳେ ଉର୍ଣ୍ଣାୟନ ଭିତ୍ତିକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଅଧିକାରୀ ପରାମର୍ଶ ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ