ଜଗତସିଂହପୁରରେ ଭ୍ରାମ୍ୟମାଣ ମୁର୍ତ୍ତିକା ପରୀକ୍ଷାଗାରର ଶୁଭାରମ୍ଭ

ପାରାଦୀପ, (ପୀତବାସ ପ୍ରଧାନ) : ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଭ୍ରାମ୍ୟମାଣ ମୁର୍ତ୍ତିକା ପରୀକ୍ଷାଗାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ବୁଧବାର ଅପରାହ୍ନରେ ଶୁଭାରମ୍ଭ ହୋଇଯାଇଛି । ଓଡିଶା ସରକାର ଓ ପିପିଏଲ୍ ର ମିଳିତ ସହାୟତାରେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ମୁର୍ତ୍ତିକା ପରୀକ୍ଷାଗାରକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଭ୍ରାମ୍ୟମାଣ ମୁର୍ତ୍ତିକା ପରୀକ୍ଷାଗାର ଜିଲ୍ଲାର କୃଷକ ମାନଙ୍କୁ ବହୁଳ ଭାବରେ ସହାୟତା ପ୍ରଦାନ କରିବ । ଚାଷି ମାନଙ୍କର ଅଭାବ ଅସୁବିଧା ଓ ଗୁଣବତ୍ତା ପରୀକ୍ଷା ପାଇଁ ଏହା ସହାୟକ ହେବ । ଏହି ଉଦ୍‌ଘାଟନୀ ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର ଯୋଗଦେଇ ପରୀକ୍ଷାଗାରରେ ମାଟିରେ ଥିବା ଜୈବିକ, ଅଙ୍ଗାର, ସହଜ ଲବ୍‌ଧ ଫସଫରସ୍‌, ପଟାସ୍‌, ଲବଣାଂସ ଓ ପି.ଏଚ୍‌(ଅମ୍ଲତା ଓ କ୍ଷାରୀୟତା) ପରୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ । ଅନୃମାନଙ୍କ ମଧ୍ୟରେ ପିପିଏଲ୍ ଉପ ମହାପ୍ରବନ୍ଧକ ବିଶ୍ୱଜିତ୍ ନନ୍ଦ ଯୋଗଦେଇ କହିଥିଲେ ଯେ ଏହି ମାଟି ପରୀକ୍ଷା ଗାଡି ବିଭିନ୍ନ ଗାଁରେ ପହଁଚି କୃଷକଙ୍କର ଜମିର ମାଟି ନମୁନା ସଂଗ୍ରହ କରି ପରୀକ୍ଷା ରିପୋର୍ଟ ଆଧାରରେ ସାର ପ୍ରୟୋଗ କରି ଚାଷିମାନେ ମୁର୍ତ୍ତିକା ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଅଧିକ ଅମଳ କରି ପାରିବେ । ତେବେ ବିନା ଖର୍ଚ୍ଚରେ ଚାଷି ଏହି ସୁବିଧା ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ପିପିଏଲ୍ କର୍ପୋରେଟ୍ ମୁଖ୍ୟ ସୁଧିର ରଂଜନ ମିଶ୍ର, କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ