ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟର ଶୁଭାରମ୍ଭ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ମାସ ଫେବୃଆରୀ ୨୫ ତାରିଖ ଠାରୁ ମାର୍ଚ୍ଚ୬ତାରିଖ ପର୍ଯ୍ୟନ୍ତ ଫାଇଲେରିଆ(ବାତଜ୍ୱର)ନିରାକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଫାଇଲେରିଆ ପ୍ରତିରୋଧକ ଡିଇସି ଓ ଅଲବେଣ୍ଡାଜୋଲ ବଟିକା ଖୁଆଇବାର ବ୍ୟବସ୍ଥା କରାଯାଇଛି।ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟିର ଆଲୋଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ସମେତ ୨୬ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ଚାଲିବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ଆନୁକୂଲ୍ୟରେ ହିଞ୍ଜିଳି ବ୍ଲକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଗୁରୁବାର ସାମୁହିକ ଔଷଧ ସେବନ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।ଏହି ଉପଲକ୍ଷେ ପୌର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।ଜିଲ୍ଲାରୁ ଫାଇଲେରିଆ ସମ୍ପୂର୍ଣ୍ଣ ନିରାକରଣ ସକାଶେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏଣୁ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ଡିଇସି ବଟିକା ସହିତ ଆଲ ବେଣ୍ଡାଜେଲ ବଟିକାର ଗୋଟିଏ ମାତ୍ରା ସମସ୍ତେ ଖାଇବାକୁ ଅତିଥିମାନେ ପ୍ରକାଶ କରିଥିଲେ।ବିଶେଷକରି ଗର୍ଭବତୀ ମହିଳା,୨ ବର୍ଷରୁ କମ ବୟସର ଶିଶୁ ଓ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ସେବନ କରିବା ନିଷିଦ୍ଧ କରାଯାଇଛି।ଏହା ବ୍ୟତୀତ ୨ ବର୍ଷରୁ ୧୪ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସକାଶେ ଔଷଧ ସେବନର ମାତ୍ରା ନିର୍ଦ୍ଧାରଣ କରାଯାଇଛି।କେବଳ ଆଶା କର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବାର ନିର୍ଦ୍ଦେଶ ଦିଆଯାଇଛି।ଏତଦବ୍ୟତୀତ ଜନ ପ୍ରତିନିଧି ମାନଙ୍କ ମତାମତକୁ ଅଗ୍ରାଧିକାର ଦେଇ କାର୍ଯ୍ୟକ୍ରମକୁ ଜୋରଦାର କରି ପ୍ରଚାର ଓ ପ୍ରସାର କରି ସଫଳତା ହାସଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି ବୋଲି ସୂଚନା ଦେଇଥିଲେ।ପରେ ଏକ ସୂଚନା ପତ୍ରିକାକୁ ଅତିଥିମାନେ ପ୍ରଦର୍ଶନ କରି ଡିଇସି ବଟିକା ଓ ଆଲ ବେଣ୍ଡାଜୋଲ ବଟିକା ସେବନ କରିଥିଲେ।କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ବିପିଏମ ଶଶାଙ୍କ ପଣ୍ଡା,ସ୍ୱାସ୍ଥ୍ୟ ପରିଦର୍ଶକ ଅଶୋକ କୁମାର ମିଶ୍ର ପରିଚାଳନା କରିଥିଲା ବେଳେ ପୌର କାର୍ଯ୍ୟାଳୟ ର ବହୁ କର୍ମଚାରୀ ବାତଜ୍ୱର ଔଷଧ ସେବନ କରିଥିଲେ


