ଆସନ୍ତା ୨୯ ଓ ୧ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ

ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ କଳାହାଣ୍ଡିରେ ନିର୍ବାଚନୀ ସଭା କରିବେ ମୋଦି ।ମୋଦି ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତରିଖରେ କଳାହାଣ୍ଡିରେ ସମାବେଶ କରିବେ ।ସେହିପରି ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ୨୬ ତାରିଖରେ ୬ ଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଆସିବାର କାର‌୍ୟ୍ୟକ୍ରମ ରହିଛି ।କେନ୍ଦ୍ରୀୟ ନେତା ରାଧାମୋହନ ସିଂହ,ଆରକେ ସିଂହ, ସଂଜୟ ପାଶୱାନ, ଜୟନ୍ତ ସିହ୍ନା ଓ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏହାପରେ ୨୯ତାରିଖରେ ମୋଦି ପ୍ରଚାର କାର‌୍ୟ୍ୟକ୍ରମରେ ଜୟପୁର ପହଂଚିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ