ସିଲୁ ସାରଙ୍କ ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ଇଚ୍ଛାଶକ୍ତି ଯୁବ ସମାଜକୁ ପ୍ରେରଣା ଦେବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଦଳର କାର୍ଯ୍ୟକର୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବା ସହ ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଓଡ଼ିଶା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକ ବା ସିଲୁ ସାରଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବକ ମାନଙ୍କୁ ସେନାରେ ଭର୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକ ବା ନାୟକ ସାରଙ୍କ କାମକୁ ପ୍ରଶଂସା କରି ପୁଣି ଥରେ ଆମ ଓଡ଼ିଆ ଲୋକଙ୍କ ପାଖରେ ଥିବା ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତି ।ଦିତ କରିଛନ୍ତି । ପୋଲିସ ଚାକିରି କରିବା ପାଇଁ ଅନେକ ଉଦ୍ୟମ ସତ୍ୱେ ବିଫଳ ହେବା ପରେ ନାୟକ ସାର୍ ମହାଗୁରୁ ବାଟାଲିୟନରେ ୩୦୦ରୁ ଅଧିକ ଯୁବକଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସେନାରେ ଭର୍ତି କରିବା ପାଇଁ ତାଙ୍କର ଇଚ୍ଛାଶକ୍ତି କେବଳ ଯୁବ ସମାଜକୁ ପ୍ରେରଣା ଦେବ ନାହିଁ ବରଂ ଭାରତୀୟ ସେନାରେ ଭର୍ତି ହେବା ପାଇଁ ଯୁବକଙ୍କ ମନୋବଳକୁ ମଧ୍ୟ ବଢ଼ାଇବ । ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ୍’ରେ ଓଡ଼ିଶାର ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ସେନାରେ ସାମିଲ ନେଇ ଯୁବକଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଶଂସା କରିଛନ୍ତି । ସିଲୁ ସାରଙ୍କ ଠାରୁ ଟ୍ରେନିଂ ନେଇ ଅନେକ ଯୁବକ ସେନାରେ ଭର୍ତି ହୋଇଛନ୍ତି ଏବଂ ନାୟକ ସାର୍ ସାରା ଦେଶ ପାଇଁ ନାୟକ ସୃଷ୍ଟି କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ


