ନିର୍ବାଚନ ଆସିଲେ ସର୍ଜିକାଲ ଷ୍ଟ୍ରାଇକ୍ ହୁଏ: କଂଗ୍ରେସ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ୩.୦କୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ସାରା ଦେଶ ସେନାର ସଫଳତାକୁ ନେଇ ଉତ୍ସବ ମନାଉଥିବାବେଳେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି । ଦଳ ପକ୍ଷରୁ କୁହାଯାଇଛି ମୋଦି ସରକାରରେ ଠିକ୍ ନିର୍ବାଚନ ପୂର୍ବରୁ ହିଁ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥାଏ । କଂଗ୍ରେସ କହିଛି ସରକାର ଏବେ ସେନାର ସଫଳତାକୁ ନେଇ ରାଜନୀତି କରିବା ଆରମ୍ଭ କରିବେ । ଏହି ବିରାଧୀ ଦଳ ପକ୍ଷରୁ ପରାକ୍ଷରେ କୁହାଯାଇଛି ଏଥିରୁ ଶାସକ ଦଳକୁ ଫାଇଦା ହେବ । ପିଓକରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଉପରେ ସେନାର ଆକ୍ରମଣ ପରେ ସମସ୍ୟା ଭିତ୍ତିକ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ସୁବିଧା ହେବ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ହେଉଛି । ଏହି ଦିନ ଅନ୍ୟ କିଛି ସ୍ଥାନରେ ଉପନିର୍ବାଚନ ମଧ୍ୟ ଅଛି । କଂଗ୍ରେସ ଏଭଳି କହିବାର କିଛି ସମୟ ଆଗରୁ ହିଁ ଭାରତୀୟ ସେନା ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଗୋଳା ବର୍ଷଣ କରିଥିଲା । ଜମ୍ମୁ-କଶ୍ମୀରରେ ଏଲ୍ଓସି ନିକଟସ୍ଥ ଗାଁ ଓ ସେନା ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି । ଆଜି ଭାରତୀୟ ସେନା ଏହାର ଜବାବ ଦେଇଛନ୍ତି । ତେବେ ଏହା ପରେ ଆଜି କଂଗ୍ରେସ ନେତା ଅଖିଲେଶ ସିଂହ କହିଛନ୍ତି ଏକ ସାମ୍ବାଦିକ ସମ୍ମିଳନରେ ଏନେଇ ମୁହଁ ଖୋଲିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ