ଟ୍ୱିଟରରେ କିରଣ ବେଦୀ-ନାରାୟଣସ୍ୱାମୀ ମୁହାଁମୁହିଁ

ପୁଡୁ଼ଚେରି: ପୁଡ଼ୁଚେରି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଏବଂ ଉପରାଜ୍ୟପାଳ କିରଣ ବେଦୀଙ୍କ ମଧ୍ୟରେ ଆଜି ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ତୁ ତୁ ମେଁ ମେଁ ହୋଇଥିବା ଦେଖିବାକୁ ମିଳିଛି । ଏକ ବାଇକ୍ ରାଲିରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ବିନା ହେଲମେଟ୍ରେ ଗାଡ଼ି ଚଲାଉଥିବା ଫଟୋ କିରଣ ବେଦୀ ଟ୍ୱିଟ୍ କରି ମୋଟର ଯାନ ଆଇନର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ । ଏହାପରେ ନାରାୟଣସ୍ୱାମୀ କିରଣ ବେଦୀଙ୍କ ଦୁଇଟି ପୁରୁଣା ଫଟୋ ଟ୍ୱିଟ୍ କରିଥିଲେ । କିରଣ ବସିଥିବା ଦୁଇଟି ଯାକ ଗାଡ଼ିର ଚାଳକ ହେଲମେଟ୍ ପିନ୍ଧି ନଥିଲେ । ଅନ୍ୟକୁ କହିବା ପୂର୍ବରୁ ନିଜେ ଆଚରଣରେ କରି ଦେଖାଅ ବୋଲି ନାରାୟଣସ୍ୱାମୀ ଲେଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ