ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ସୁସ୍ମିତା ବାଗ୍‌ଚୀ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ଦିନିକିଆ ଗଂଜାମ ଗ୍ରସ୍ତରେ ଆସିକ କାର୍ଯ୍ୟକ୍ରମର ଜିଲ୍ଲା ୱାରୀ ସମୀକ୍ଷା କରିଥିଲେ । ଅତିଥୀ ମାନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟର ବହୁ ପୁରାତନ ବିଦ୍ୟାଳୟ ତଥା ଛତ୍ରପୁର ସହରରେ ଥିବା ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ମୋ ସ୍କୁଲ କାର୍ଯ୍ୟକ୍ରମ କିପରି ଚାଲିଛି ତାହର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହା ସହ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବାସହ ବିଦ୍ୟାଳୟ ଆବଶ୍ୟକତା ସମ୍ପକରେ ପଚାରି ବୁଝିଥିଲେ । ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଏକ କୋଠା ପ୍ରଦାନ ଆବଶ୍ୟକ ଥିବା ସମସ୍ତ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ସାମଲ କହିଥିଲେ । ଏହାସହ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ତାଙ୍କ ସ୍ୱାମୀ ସୁବ୍ରତ ବାଗ୍‌ଚୀ ଏହି ବିଦ୍ୟାଳୟରେ ପାଠ ପଢୁଥିବା ହେତୁ ପୁରାତନ ଛାତ୍ର ଅନୁସାରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁସାରେ ସ୍କୁଲକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନର ଅଧିକାରୀ ଅମରଜିତ ଜେନା, ଜିଲ୍ଲା ଶିକ୍ଷାଅଧିକାରୀ ଡଃ. ସନାତନ ପଣ୍ଡା, ଛତ୍ରପୁର ବିଈଓ ଅବିନାଶ ଶତପଥୀ, ଏବିଇଓ ସୀତାରାମ ପାତ୍ର, ପ୍ରଧାନଶିକ୍ଷୟତ୍ରୀ ନମିତା ଦେ, ମୋ ସ୍କୁଲ ଅଭିଯାନର ସଂଯୋଜିକା ତଥା ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହସହ ଅଧ୍ୟକ୍ଷା ବିଦ୍ୟାଳୟ ଭିଜିଟ୍ ଖାତାରେ ରାଜ୍ୟର ଏହି ବିଦ୍ୟାଳୟ ଶ୍ରେଷ୍ଠ ସ୍କୁଲ ବୋଲି ଲେଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ