ବିଦାୟ ନେଲେ ମା ଗଜଲକ୍ଷ୍ମୀ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ସରିିଛି ମା ଗଜଲକ୍ଷ୍ମୀଙ୍କ ପୂଜା । ଶୋକାକୁଳ ପରିବେଶ ମଧ୍ୟରେ ମା ଗଜଲକ୍ଷ୍ମୀ ବିଦାୟ ନେବେ । ଏନେଇ ଚଳ ଚଂଚଳ ହୋଇଉଠିଛି ସାରା ଛତ୍ରପୁର ସହର । ଆଉ ଥରେ ଅପେକ୍ଷା ବର୍ଷେ । ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଶେଷ ଦିନ ଅବସରରେ ଆଜି ମାଙ୍କ ଅସ୍ଥାୟୀ ମଣ୍ଡପରେ ପଣ୍ଡିତ ମାନଙ୍କ ଦ୍ୱାରା ୯ ଦିନ ବ୍ୟାପି ଚାଲିଥିବା ଯଜ୍ଞ ର ପୂର୍ଣ୍ଣାହୁତି ହୋଇଥିଲା । ଶେଷ ଦିନରେ ମାଙ୍କ ପୂଜାଅର୍ଚ୍ଚନା ମହାଆଡମ୍ବର ସହକାରେ ପାଳନ କରାଯାଇଛି । ଦିନରେ ମାଙ୍କ ୧୦୮ ଆଳତୀରେ ଶହ ଶହ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା । ଏହାସହ କର୍ମକାଣ୍ଡ ବିଭୂଷଣ ପଣ୍ଡିତ ସରୋଜ କୁମାର ଶତପଥୀଙ୍କ ତତ୍ୱାବଧାନରେ ବେଦମନ୍ତ୍ର ପାଠ ଅନୁଷ୍ଠିତ ହୋଇଥିଲା । ଶଦ୍ଧାଳୁ ଭକ୍ତମାନେ ପୂଜା ସ୍ଥଳରେ ଅଷ୍ଟମହାଲକ୍ଷ୍ମୀ ଓ ଗଜଲକ୍ଷ୍ମୀ ମାଙ୍କ ଆରାଧାନା କରିବା ସହ କାଳିଆ ଠାକୁରଙ୍କୁ ଆବାହନ କରି ହୁଳହୁଳି ଦେଇ ପୂଜାଅର୍ଚ୍ଚନା କରିଥିଲେ । ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ପୂରୋହିତ ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ସଂଯୋଜନାରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ଶେଷ ହୋଇଛି । ପୂର୍ଣ୍ଣାହୁତି ପରେ ମାନସିକଧାରୀ ଭକ୍ତମାନେ ମୁଣ୍ଡରେ ଭରା କଳସ ଧରି ତାକୁ ନେଇ ଜଳାଶ୍ରୟରେ ଭସାଣି କରିଥିଲେ । ସନ୍ଦ୍ୟାରେ ମାଙ୍କ ମୂର୍ତ୍ତିକୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନଗରପରିକ୍ରମା କରାଯାଇ ଜଳାଶ୍ରୟରେ ବିସର୍ଜନ କରାଯାଇଥିଲା । ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ମନୋଜ କୁମାର ସାହୁ,ଆରତ ବିଶ୍ୱାଳ,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଅତୁଲ କୁମାର ଦାସ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଓଏସଲ ଗୃଫର ଡେପୁଟି ଜେନରାଲ ମ୍ୟାନଜର କେ.ହରିନାଥ, ଓମେଗା ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଚିନ୍ମୟ କୁମାର ଦାସ,କେଞ୍ଚୁ ପୁରୋହିତ,ପ୍ରକାଶ ଚନ୍ଦ୍ର ପୁରୋହୋତ, ସନ୍ତୋଷ ଚୈାଧୁରୀ,ବାବୁ ବେହେରା,ସୁରେନ୍ଦ୍ର ବେହେରା,ଆନ୍ତର୍ଜାତିକ ଖେଳାଳୀ ଭି.ରମେଶ ରାଓ,ସୁଶାନ୍ତ କୁମାର ବେହେରା,ମୁନା ସାମଲ,ଏସ୍ . ପ୍ରବୀଣ କୁମାର ରାଓ,ସରୋଜ କୁମାର ପାଢୀ,ପି.ରାଜ କୁମାର,ଅଖିଳ କୁମାର ପାଣିଗ୍ରାହୀ,ଲିପୁନ କୁମାର ବିଶ୍ୱାଳ,ନାରାୟଣ ମହାରଣା,କେ.କମଲ କୁମାର,ସନ୍ତୋଷ କୁମାର ସାହୁ,ନଳିନୀକାନ୍ତ ନାୟକ (ପପି),ରବି ନାରାୟଣ ବେହେରା,ମନୋଜ ରେଡ୍ଡି,କିଶୋର ମହାନ୍ତି, ଅଟ୍ଟଳବିହାରୀ ପଟ୍ଟନାୟକ, ସୁଦାମ ରାଉଳ, ଶତୃଘ୍ନ ମାହଙ୍କୁଡ ଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ଉପସ୍ଥିତ ରହି ମାଙ୍କୁ ବିଦାୟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ