ବିଜୁପ୍ରତିମୂର୍ତୀ ତଳେ ଜନଶକ୍ତି ପାର୍ଟିର ଧାରଣା

କେନ୍ଦ୍ରାପଡା, ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ମେଡିକାଲ ଛକରେ ଥିବା ତାଙ୍କ ପ୍ରତିମୂର୍ତୀ ତଳେ ଜନଶକ୍ତି ପାର୍ଟି ପକ୍ଷରୁ ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ବିଜୁବାବୁଙ୍କ କର୍ମଭୁମି ହସ୍ତ ମୁଦି ମାହାଲ କେନ୍ଦ୍ରାପଡା ଜିଲ୍ଲା ଯେଉଁଠାରେ ରାଜନଗର ନିର୍ବାଚନ ମଣ୍ଡଳୀ ତାଙ୍କୁ ସମର୍ଥନ ଜଣାଇ ସମଗ୍ର ରାଜ୍ୟରେ ଚହଳ ପକାଇଥିଲା । ରାଜନୈତିକ ଜୀବନ୍ୟାସ ଦେଇ ସମଗ୍ର ରାଜ୍ୟରେ ୨୧ ପାର୍ଲାମେଂଟ ସିଟରୁ ଗୋଟିକରେ ସମର୍ଥନ ଜଣାଇ ସମଗ୍ର ଭାରତ ବର୍ଷରେ ଜାତୀୟ ଏବଂ ଆନ୍ତଜାର୍ତିୟ ନେତାର ପରିଚୟ ଦେଇଥିଲା । ଏବେ ବିଶେଷ କରି ବିଜୁ ଜନତା ଦଳ ଗଠନ ହୋଇ ତାଙ୍କ ସୁପୁତ୍ର ରାଜ୍ୟ ଶାସନ ଭାର ନେଇଛନ୍ତି । ଏଥି ସହିତ ୫୦ ବର୍ଷ ଧରି ଏହି ସ୍ଥାନରୁ ତାଙ୍କ ମନୋନୀତ ପାର୍ଥୀ ପାର୍ଲାମେଂଟରେ ଜିତି ଆସୁଛନ୍ତି । ମାତ୍ର କେନ୍ଦ୍ରାପଡାରେ ଦୀର୍ଘଦିନର ଦାବି ମେଡିକାଲ କଲେଜ ସ୍ୱପ୍ନ ସାକାର ହୋଇପାରିନି । ଅତିତରେ ଜିଲ୍ଲାର ସମସ୍ତ ବିଧାୟକ ଜିିତି ମନ୍ତ୍ରୀପଡାର ଆଖ୍ୟା ପାଇଥିବା କେନ୍ଦ୍ରାପଡାର ୧୫ ଲକ୍ଷ ଲୋକ ଆଜି ଭୁଷୁଡି ପଡିଥିବା ସ୍ୱାସ୍ଥ୍ୟ ସେବାର ଶିକାର ହେଉଥିବା ବେଳେ ମେଡିକାଲରେ ଭଲ ଶିଶୁ ରୋଗ ଡାକ୍ତର ନାହାଁନ୍ତି । ମେଡିସିନ ସ୍ପେସାଲିଷ୍ଟ, ହାଡ ଗୋଡ ଭଙ୍ଗା ଡାକ୍ତର ନଥିବା ବେଳେ ଖୁବ୍ କମ ସଂଖ୍ୟକ ଡାକ୍ତର ଥାଇ ଥଣ୍ଡା ଜ୍ୱର ହେଲେ କଟକ ମେଡିକାଲକୁ ରୋଗୀଙ୍କୁ ରେଫର କରାଯାଉଛି । ତେଣୁ ଏସବୁର ପ୍ରତିବାଦରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ ଦାଶ, ସେକ ଆସିକୁଦ୍ଦିନ, ମିର ଅମିରୁଦ୍ଦିନ, ପୀତବାସ ଦାସ, ନାରାୟଣ ମଲ୍ଲିକ, ଯୁବ ସମାଜସେବୀ ଦୁଷ୍ମନ୍ତ ଦାସ, ସୂଯ୍ୟମଣି ପଣ୍ଡା, ଶ୍ରମିକ ସଭାପତି ରମେଶ ଥାଟୋଇ, କ୍ଷେତ୍ରବାସୀ ସାହୁ, ବସନ୍ତ ଦାସ, ବନମାଳୀ ମଲ୍ଲିକ, ଇଂ ବିଶ୍ୱନାଥ ବେହେରା ଓ ବିବେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଜିଠାରୁ ଜିଲ୍ଲାର ପ୍ରତ୍ୟେକ ପ୍ରତିମୂର୍ତୀ ତଳେ ଧାରଣା କାର୍ଯ୍ୟକ୍ରମ ୧୫ଦିନ ଧରି ଚାଲୁ ରହିବ ବୋଲି ସଭାପତି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ