ବିଜେପି ପକ୍ଷରୁ ବାରୁଡା ଅଗ୍ନିବିପନ୍ନଙ୍କୁ ସହାୟତା
ଭଞ୍ଜନଗର (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡା ଗ୍ରାମର ତଳ ସାହିରେ ଗତ ମଙ୍ଗଳବାର ମଧ୍ୟାହ୍ନ ରେ ଅଗ୍ନିକାଣ୍ଡ ଘଟି ସର୍ବସାନ୍ତ ହୋଇଥିବା ୮ ପରିବାରକୁ ଭଞ୍ଜନଗର ବିଜେପି ପକ୍ଷରୁ ଅଗ୍ନି ବିପନ୍ନ ପରିବାରକୁ ଭେଟି ସହାୟତା ପ୍ରଦାନ କରାଯିବା ସହ ସ୍ଥିତିର ସମୀକ୍ଷା କରାଯାଇଛି। ଭଞ୍ଜନଗର ବିଜେପି ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ ଓ ବାରୁଡା ସମିତି ସଭ୍ୟ ପ୍ରଭାକର ପ୍ରଧାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଘଟଣା କୁ ୬ଦିନ ବିତିଯାଇ ଥିଲେ ମଧ୍ୟ ଅଗ୍ନି ବିପନ୍ନ ପରିବାର କୁ ଜରିପାଲ ଛଡା ଅନ୍ୟାନ୍ୟ କୌଣସି ସରକାରୀ ସହାୟତା ଯୋଗାଇ ଦିଆଯାଇନଥିବାରୁ ବିଜେପି ପକ୍ଷରୁ ଏହାକୁ ଦୃଢ଼ ନିନ୍ଧା କରାଯିବା ସହ ଏ ନେଇ ସ୍ଥାନୀୟ ପ୍ରଶାସନର ଦୁର୍ଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶ ଯେ ଗତ ମଙ୍ଗଳବାର ମଧ୍ୟାହ୍ନ ରେ ବାରୁଡା ଗ୍ରାମ ତଳସାହୀ ଅଗ୍ନିକାଣ୍ଡ ଘଟି ଗ୍ରାମର ୮ ପରିବାର ଘର ଓ ଗୁହାଳ ଘର ପୋଡି ପାଉଁଶ ହୋଇଥିଲା। ଗ୍ରାମର ଝୁନୁ ପ୍ରଧାନ, ନବୀନ ସାହୁ,ବାବୁଲି ବିଷୋୟୀ, ଖଦାଳ ବେହେରା,ଲଷ୍ମଣ ବେହେରା,ରାମ ବେହେରା,କୃଷ୍ଣ ବେହେରା,ଝରଣା ସାହୁ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଅନ୍ୟ ପକ୍ଷରେ ଅଗ୍ନିବିପନ୍ନ ପରିବାରଙ୍କୁ ଅତିଶୀଘ୍ର ଅନ୍ୟାନ୍ୟ ସହାୟତା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି l


