ଗଜପତି ଜିଲ୍ଲାର ୮ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ହେବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ୮ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ତଥା ୮ ତାରିଖ ଠାରୁ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା ଦିଆଯିବ ବ୍ୟବସ୍ଥା ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଅର୍ଥାତ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୬ଟି ସେସନରେ ୧୪୭୫ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକା ଦିଆ ହୋଇଥିବା ବେଳେ ୮ ତାରିଖ ଠାରୁ ୮ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ଟିକା ଦେବା ବ୍ୟବସ୍ଥା ହୋଇଛି । ଏହି ଜିଲ୍ଲାର କାଶୀନଗର, ଗୁରାଣ୍ଡି, ଆର୍.ଉଦୟଗିରି, ଗୁମ୍ମା, ମୋହନା, ରାୟଗଡ, ଖଜୁରୀପଦା ଓ ପାରଳାଖେମୁଣ୍ଡି ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ ଟିକା ଦିଆଯିବ । ଟିକା ଦିଆ ଯିବା ପରେ ୩୦ ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ନିରୀକ୍ଷଣ ପରେ କାହାକୁ ହେଲେ କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଲେ ଆବଶ୍ୟକୀୟ ପ୍ରତିକାର କରାଯିବ । ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାର ଏହି କୋଭିଡ ଟିକା ମାଗଣାରେ ଓ ସୁରକ୍ଷିତ ଅଟେ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପାତ୍ର ପ୍ରକାଶ କରି ଜିଲ୍ଲାର ସମସ୍ତ ବରିିଷ୍ଠ ନାଗରିକମାନେ ଉପରୋକ୍ତ ୮ଗୋଟି ଟିକାକରଣ କେନ୍ଦ୍ରରେ ଯୋଗଦେଇ ଟିକା ନେବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ