ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ହଲ୍ ଠାରେ ବନବାସୀ ସେବା ସମିତି , ତାଲୁକା ଆଇନ ସେବା କମିଟି , ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଟ ସେସନ୍ ଜଜ ଶୁଭଦର୍ଶୀ ପଟ୍ଟନାୟକ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କ୍ଷ ସମ୍ମାନିତ ଅତିଥି ଭାବେ ଜୁଡିସିଆଲ୍ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ର ଶୀତଲ ବର୍ଷା ,ଏସଡିପିଆରଓ ଯଶୋଦା ଗାଦବା ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ସାମାଜିକ କର୍ମୀ ସୁପ୍ରିୟା ପ୍ରବୀଣ, ସିଡିପିଓ ଅନିତା କୁମାରୀ ଦାସ, ବନବାସୀ ସେବା ସମିତି ର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା , ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ମହିଳାଙ୍କ ସଶକ୍ତିକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ମହିଳାଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ସମସ୍ତେ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ଟାଉନର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶ୍ରେଷ୍ଠ ମହିଳା ମାନଙ୍କୁ ମାନପତ୍ର, ସାଲ ଓ ପୁଷ୍ପ ଗୁଚ୍ଛ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା କ୍ଷ ସମସ୍ତ ମହିଳା ଗୋଷ୍ଠିର ସଦସ୍ୟା ଗଣ, କଲେଜର ସମସ୍ତ ଛାତ୍ରୀ, ଆଶା କର୍ମୀ, ସୁଧାର ଗୃହ, ଏନଏସିର ମହିଳା ଗଣ ଓ ଅନ୍ୟ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା, ଝୋଟି, ଗ୍ଲାସ ପିରାମିଡ଼, ମେହେନ୍ଦି, ମ୍ୟୁଜିକ ବଲ, ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ