ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟ୍ନେସ ଦିବସ ଭାବେ ପାଳନ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ବଡବିଲସ୍ଥିତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ(ଜେଏସ୍ପିଏଲ୍) ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ କୁ କମ୍ପାନୀ ପକ୍ଷରୁ ମଙ୍ଗଳବାର ଫିଟ୍ନେସ୍ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଶାରୀରିକ ସୁସ୍ଥତା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବଡବିଲ ଓ ଟେନ୍ସା ଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବଡବିଲ ପ୍ଲାନ୍ଟ ମୁଖ୍ୟ ବ୍ରିଜ ବଦହଦରା ଏକ ୱାକାଥନ କୁ ଉଦ୍ଘାଟନ କରିଥିଲେ । ଯେଉଥିରେ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିଥିଲେ । ପ୍ଲାନ୍ଟ ମୁଖ୍ୟ ବଦହଦରା ତାଙ୍କ ସଂଭାଷଣରେ କହିଥିଲେ ଯେ, ଜୀବନ ଧାରଣର ମାନରେ ଉନ୍ନତି ଆଣିବାକୁ ହେଲ ଶାରିରୀକ ସୁସ୍ଥତା ଏକାନ୍ତ ଆବଶ୍ୟକ । ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ ଓ ବ୍ୟାୟାମ କରିବା ଉଚିତ । ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟ୍ନେସ ଦିବସ ଭାବେ ପାଳନ କରି ସଚେତନତା ସୃଷ୍ଟି କରାଇବା ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ ।