ଚୌଦ୍ୱାର ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫ ରୁ ମହାଶିବରାତ୍ରି ଉତ୍ସବ ପାଳିତ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ମହାଶିବରାତ୍ରି (ଜାଗର) ଉତ୍ସବ ନିଆରା ରୂପେ ପାଳୀତ କରାଯାଇଛି।ଏହି ଉତ୍ସବଟି ସକାଳ ୬.୫୦ ରୁ ଆରମ୍ଭ ହୋଇ , ୦୭.୦୦ ରେ ଷୋଡଶ ଉପଚାର ପୂଜା କରାଯାଇଛି, ୦୯.୦୦ ଘଟିକା ରେ ଶ୍ରୀ ରୁଦ୍ରମ, ଶିବ ରୁଦ୍ର ମନ୍ତ୍ର ଉଚ୍ଚାରଣ କରାଯାଇଛି ଏବଂମଧ୍ୟାନ ୧୨ ଘଟିକା ରେ ମଙ୍ଗଳ ଆଳତୀ, ବିଭୁତି ପ୍ରସାଦ କାଯ୍ୟକାମ କରାଗଲା। ଏଥିସହିତ ସଂଧ୍ୟାରେ ୫.୩୦ଘଟିକା ରେ ବେଦ ପାଠ ଏବଂ ୦୬ଘଟିକା ରେ ସାମୁହିକ ଭଜନ କରି ମଙ୍ଗଳ ଆଳତି, ବିଭୁତି ପ୍ରସାଦ ର କାଯ୍ୟକ୍ରମ ରଖାଯାଇଛି।ଏହି ଉତ୍ସବରେ ରୁଦ୍ରପ୍ରିତମ କରାଯାଇଥିଲା।ଏହି ଉତ୍ସବଟି କଂଭେନର ରଞ୍ଜିତ କୁମାର ପ୍ରଧାନଙ୍କ ତତ୍ତ୍ଵାବୋଧାନ ରେ ବେଦପାଠୀ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବ ରେ ଶୁକ ଦେଇ, ଜିନିତା ପ୍ରଧାନ, ଏମ୍. ସାବିତ୍ରୀ, ଶିବାନି ଦାସ, ପଲ୍ଲଭି ନାୟକ, କାଶ୍ମୀରା ନାୟକ, ଅମିତା ମହାନ୍ତି , କ୍ଷୀତିସ୍ମିତା ମହାନ୍ତି, ତପଶ୍ୱିନୀ ପଣ୍ଡା, ମମତା ରାୟ,ଲିଜା ପ୍ରଧାନ,ସୁକାନ୍ତି ବରାଳ,ମଞ୍ଜୁଲତା ପଣ୍ଡା ବେଦ ପାଠ କରିଥିଲେ ଏବଂ ଅନିରୁଦ୍ଧ ମହାନ୍ତି,ସୁଧାଂଶୁ ଶେଖର, ପ୍ରଦୀପ୍ତ କୁମାର ପଣ୍ଡା,ସଞ୍ଜୟ କୁମାର ସିଂ, ଶିଶିର କୁମାର ଜେନା,ଉପେନ୍ଦ୍ର ମୁଁର୍ମୁ, ପ୍ରଭାତ କୁମାର,ନବୀନ ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମ ବଜାୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ