ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୨ତମ ଜାତୀୟସ୍ତରୀୟ ଏହି ଭଜନ ସମାରୋହ କରାଯାଇଥିଲା । କୋଭିଡ଼୍ କଟକଣାରେ ଶ୍ରୋତା ବସି ସାସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ସ୍ୱଦେଶ ଭୋଷଲେ, ଅନୁ ମଲିକ, ଅନୁରାଧା ପଡ଼ୱାଲ, କବିତା ପଡ଼ୱାଲ, ସ୍ମୃତି ମିଶ୍ର, ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ଶିବ ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସଭା କରାଯାଇଥିଲା । ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱରା ବିଶିଷ୍ଟ ବ୍ୟକ୍ତିଙ୍କୁ ଏକାମ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଆଜି ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ, ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ, ପ୍ରବଚନ କରାଯାଇଥିଲା । ଅନୁଷ୍ଠାନର କୋଷାଧ୍ୟକ୍ଷ ରତାକାନ୍ତ ମହାସୁଆର, ସଂଯୋଜକ ଲିଙ୍ଗରାଜ ସାହୁ ବରିଷ୍ଟ ସଦସ୍ୟ କପଳ ଚନ୍ଦ୍ର ପଣ୍ଡା, ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଚକ୍ରଧର ବେହେରା, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, କେଦାରନାଥ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସୁଧିର ରଞ୍ଜନ ଜେନା ବହୁ ସଭ୍ୟ ସାମିଲ ହୋଇଥିଲେ ।