ଶାଗ ଦୂରକରେ ଉଚ୍ଚ ରକ୍ତଚାପ, ଡାଇବେଟିସ୍
ଶୀତଦିନରେ ବଜାରରେ ବିଭିନ୍ନ ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ । ଶାଗଗୁଡ଼ିକ ମଧ୍ୟରୁ ମେଥି ଶାଗ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ । ଏଥିରେ ପ୍ରୋଟିନ୍, ଫାଇବର୍, ଭିଟାମିନ୍ ସି’, ନିୟାସିନ୍, ଆଇରନ୍, ଫଲିକ୍ ଏସିଡ୍, ମ୍ୟାଗ୍ନେସିୟମ, କପର୍ ପ୍ରଚୁର ପରିମାଣରେ ରହିଛି । ଏସବୁ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ନିହାତି ଜରୁରୀ । ଉଚ୍ଚ ରକ୍ତଚାପ, ଡାଇବେଟିସ୍ ରୋଗୀ ଏହି ଶାଗ ଖାଇଲେ ବହୁ ଉପକାର ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ମେଥି ଶାଗ ଖାଇଲେ କୋଲେଷ୍ଟରଲ୍ ମାତ୍ରା କମ୍ ହୋଇଥାଏ । ଏହି କାରଣରୁ ହୃତ୍ପିଣ୍ଡ ଜନିତ ରୋଗ ଆଶଙ୍କା ମଧ୍ୟ କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ ।