ସାଇପ୍ରଭା ଗୁରୁକୁଳରେ ବିଜ୍ଞାନ ମେଳା ଅନୁଷ୍ଠିତ

କୋଦଳା,(ବାପୁନି କୁମାର ମାଲୁ): ବେଗୁନିଆପଡା ବ୍ଳକ ଅନ୍ତର୍ଗତ ସାତନଳ ସ୍ଥିତ ସାଇପ୍ରଭା ଗୁରୁକୁଳ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଏକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଏହି ବିଦ୍ୟାଳୟର ୫୦ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ l ବିଚାରକ ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୋମନାଥ ସେଠୀ, ସି ଆର ସି ସି ଅଜିତ କୁମାର ମିଶ୍ର, ଅଧ୍ୟାପକ ରତ୍ନାକର ପ୍ରଧାନ, ଶିକ୍ଷକ ଅଜିତ କୁମାର ସାହୁ, ଭବାନୀ ଶଙ୍କର ସେଠୀ,ଗୋପବନ୍ଧୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷକ ବ୍ରଜ କିଶୋର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ପଲେଇ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ନିଳକଣ୍ଠ ଦାଶ ଯୋଗଦେଇ ପିଲାମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ରଖିବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟର ଗୁରୁମା ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ। ରଶ୍ମିତା କୁମାରୀ ଦାଶ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ