ଏପ୍ରିଲ ୧ରୁ ବହୁ ବ୍ୟାଙ୍କର ଚେକବୁକ ଅଚଳ ହୋଇଯିବ

ନୂଆଦିଲ୍ଲୀ (ଅଂଶୁମାନ ପଣ୍ଡା): ଆସନ୍ତା ଏପ୍ରିଲ ୧ରୁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବ । ଫଳରେ ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ, ଆଇଏଫଏସସି ଓ ଏମଆଇସିଆର କୋଡ ଅଚଳ ହୋଇଯିବ । ସେହିପରି ଏସବୁ ବ୍ୟାଙ୍କଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଥିବା ଶାଖାଗୁଡ଼ିକର ଠିକଣା ମଧ୍ୟ ବଦଳିଯିବ ।ତେବେ ଏସବୁ ବ୍ୟାଙ୍କର ଗ୍ରାହକମାନେ ନୂଆ ଚେକବୁକ, ପାସବୁକ, ନୂଆ ଆଇଏଫଏସସି ଓ ଏମଆଇସିଆର କୋଡ ପାଇଁ ମିଶ୍ରଣ ହୋଇଥିବା ବୃହତ ବ୍ୟାଙ୍କ ସହ ଯୋଗାଯୋଗ କରି ପାଇପାରିବେ । ଏହା ସହିତ ଗ୍ରାହକମାନେ ଏହି ବ୍ୟାଙ୍କକୁ ଯାଇ ନିଜର ଫୋନ ନଂ, ଠିକଣା, ନୋମିନି ନାମ ବଦଳାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ