କର୍ପୂରର ଚମକ୍ରାରୀ ଗୁଣ
ସାଧାରଣତଃ କର୍ପୂର ପ୍ରାୟତଃ ସମସ୍ତଙ୍କ ଘରେ ଥିବ । ହେଲେ ସ୍ୱାସ୍ଥ୍ୟ ପ୍ରତି ଏହା କେତେ ଉପକାରୀ ଏହା ହୁଏତ ଖୁବ୍ କମ୍ ଲୋକେ ଜାଣିଥିବେ । ଉଭୟ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କର୍ପୂରର ଚମକ୍ରାରୀ ଗୁଣ ବିଷୟରେ ।
-ପେଟ ଯନ୍ତ୍ରଣା ହେଉଥିଲେ, କର୍ପୂର ସହ ଜୁଆଣି ଏବଂ ପୋଦିନାକୁ ସର୍ବତରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ ।
-ଥଣ୍ଡା, ଜ୍ୱର ଏବଂ ଫୁସ୍ଫୁସ୍ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିଲେ କର୍ପୂର ଶୁଙ୍ଘିବା ଦ୍ୱାରା ଲାଭ ମିଳିଥାଏ ।
-ପାଦ ଫାଟିଥିଲେ ଏହାର ଅବ୍ୟର୍ଥ ଔଷଧ ହେଉଛି କର୍ପୂର । ଉଷୁମ ପାଣିରେ କର୍ପୂର ମିଶାନ୍ତୁ ଏହା ପରେ ସେହି ପାଣିରେ ପାଦକୁ ବୁଡାଇ ୧୫ରୁ ୨୦ ମିନିଟ୍ ରଖନ୍ତୁ । ଏହା ଦ୍ୱାରା ପାଦ ଫଟାରୁ ଆରାମ ମିଳିଥାଏ ।
-ତ୍ୱଚା ଲାଲ୍ ହୋଇଯାଇଥିଲେ କର୍ପୂରକୁ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଲାଲ୍ ପଡିଥିବା ସ୍ଥାନରେ ଏହାକୁ ଲଗାନ୍ତୁ ।
-କେଶ ଝଡ଼ୁଥିଲେ, କର୍ପୂର ତେଲରେ ନଡ଼ିଆ ତେଲ ମିଶାଇ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ଧୀରେ ଧୀରେ ମୁକ୍ତି ମିଳିଥାଏ । ରୂପି ସମସ୍ୟା ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।
-ଆଣ୍ଠୁ ଯନ୍ତ୍ରଣା ହେଉଥିଲେ, କର୍ପୂର ତେଲ ମାଲିସ୍ କରିବା ଦ୍ୱାରା ଆରାମ ମିଳିଥାଏ । ଏହା ଆଣ୍ଠୁଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ସହିତ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।