କଂଗ୍ରେସ ମିଡ଼ିଆସେଲ ପ୍ରବକ୍ତା ତଥା ଯୁବ ନେତା ଓମ୍ ପ୍ରକାଶଙ୍କ ବିଜେଡ଼ିରେ ଯୋଗଦାନ

ବେଲଗୁଣ୍ଠା/ ଗାଙ୍ଗପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବିଭିନ୍ନ ରାଜନୈତିକ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି କ୍ରମରେ ବିଜେଡ଼ିର ଟିକେଟ୍ ଆଶାୀୟଙ୍କ ସଂଖ୍ୟା ସବୁଠାରୁ ଅଧିକା ଥିବାବେଳେ ଅନୁରୂପ ଭାବେ ବିଜେପି ଓ କଂଗ୍ରେସରେ ମଧ୍ୟ ଏକାଧିକ ଟିକେଟ୍ ଆଶାୀୟ ରହିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଟିକେଟ୍ ଘୋଷଣା କରିବା ପରେ ଟିକେଟ୍ ପାଇନଥିବା ଦଳୀୟ ନେତା ଅସନ୍ତୁଷ୍ଟ ହୋଇ ଦଳ ବଦଳ କରୁଥିବା ଦେଖିବାକୁ ମିଳିଛି । ଟିକେଟ୍ ଭାଗବଂଟାକୁ ନେଇ ଅସନ୍ତୁଷ୍ଟ କଂଗ୍ରେସ ମିଡ଼ିଆସେଲ ପ୍ରବକ୍ତା ତଥା ବେଲଗୁଣ୍ଠାର ଯୁବ କଂଗ୍ରେସ ନେତା ଓମ୍ ପ୍ରକାଶ ସାହୁ ନିଜ ସଭ୍ୟ ପଦରୁ ଇସ୍ତଫା ଦେଇ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ଦୁଇଥରର ବିଧାୟକ ତଥା ବର୍ତମାନ ବିଜେଡ଼ି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ଓମ୍ ପ୍ରକାଶ ପ୍ରକାଶ କରିଛନ୍ତି । ଓଡ଼ିଶାରେ ବିଜେଡ଼ି ସୁପ୍ରିମୋ ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ଓଡ଼ିଶା କଂଗ୍ରେସର ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଜେଡ଼ିରେ ଯୋଗଦାନ କରିଥିବା ଓମ୍ ପ୍ରକାଶ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଓମ୍ ପ୍ରକାଶ ବିଜେଡ଼ିରେ ଯୋଗଦାନ କରିବା ପରେ ପୂର୍ବତନ ନଗରପାଳ ଚନ୍ଦ୍ରମଣିସାମଲ, ଛାତ୍ର ବିଜେଡ଼ି ସଭାପତି ମଂଟୁ ମହାପାତ୍ର, ଯୁବ ବିଜେଡ଼ି ସଭାପତି ଦିବ୍ୟରଂଜନ ଦାଶ, ସୁରେଶ ସୁବୁଦ୍ଧିଙ୍କ ସମେତ ବେଲଗୁଣ୍ଠା ଅଂଚଳର ଯୁବଗୋଷ୍ଠୀ ତାଙ୍କୁ ସମ୍ବର୍ଦ୍ଧନା କରିବା ସହ ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ