ତାମ୍ପରା ହ୍ରଦର ଲେକ ଭିଉ ପାର୍କ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଛତ୍ରପୁର (ଦେବଦତ୍ତ ମହାରଣା) ; ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଠାରୁ ମାତ୍ର ଦୁଇ କିମି ଦୂର ପୂର୍ବ ଦିଗରେ ଅବସ୍ଥାପିତ ମଧୂର ଜଳ ହ୍ରଦ ସୁଶୋଭିତ ତାମ୍ପରା ପରିସରରେ ନୂତନ ପ୍ରକଲ୍ପ ଲେକ ଭିଉ ପାର୍କ ର ଶୁକ୍ରବାର ଦିନ ଲୋକାର୍ପଣ ହୋଇଛି । ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ଆନୁକୂଳ୍ୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ , ଗଞ୍ଜାମ ଜିଲ୍ଲାପ୍ରଶାସନ ଏବଂ ବ୍ରହ୍ମପୁର ଉନ୍ନୟନ ସଂସ୍ଥା ପକ୍ଷରୁ କରାଯାଇଥିବା ତାମ୍ପରା ସୈାଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ କୁ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଗଞ୍ଜାମ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳି ରହିଛି ସେଗୁଡିକୁ ବିକାଶ କରାଇବା , ଏଗୁଡିକୁ ସଜେଇ ରଖିବା ଓ ସୁନ୍ଦର ରଖିବା ଆମ ଦାୟୁତ୍ୱ ବୋଲି କହିଥିଲେ । ଫଳରେ ପାନ ଦୋକାନୀ ଠାରୁ ଆରମ୍ଭ କରି ଟ୍ୟାକ୍ସି, ହୋଟେଲ, ରେଷ୍ଟୁରାଣ୍ଟବ୍ୟବସାୟୀ ମାନଙ୍କ ଉନ୍ନତି ହୋଇପାରିବ । ବିଶେଷ କରି ଏଠାକାର ବମକେଇ ପାଟ ବିକ୍ରି ହୋଇପାରିବ । ଯାହା ଦ୍ୱାରା ଗୋଟାଏ ପରିବାର ବର୍ଷକ ପର୍ଯ୍ୟନ୍ତ ରୋଜଗାର କ୍ଷମ ହୋଇପାରିବ । ଜିଲ୍ଲାରେ ମା ତାରା ତାରିଣୀଙ୍କ ପୀଠ , ଏଠାକାର ପ୍ରସିଦ୍ଧ ଦଣ୍ଡନାଚ,ବ୍ୟଞ୍ଜନ, ଖଣିପକା ଚାଉଳ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଗୋପାଳପୁର ବନ୍ଦର କାମ ବଢୁ । ଗୋପାଳପୁର ବନ୍ଦର ପରିସରରେ ଏଲ ଏଣ୍ଡ ଜି ଟର୍ମିନାଲ ବସିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଭାରତ ସରକାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଏଥିଲାଗି ଗେଲ୍ ଭଳି ପ୍ରତିଷ୍ଠିତ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଇଛି ଏବଂ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ଶେଷ ହୋଇଛି । ଧାମରା ପାପାରାଦ୍ୱୀପ ଗ୍ୟାସ୍ ପାଇପ ପକାଯାଉଛି । ଗୋପାଳପୁର ଦେଇ ତାମିଲନାଡୁ ଯିବାର ଯୋଜନା ରହିଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ଘୋଷଣା କରିବା ସହ ଟାଟା ଗୋପାଳପୁର ଏସିଜେଟ୍ ପରିସରରେ ଏକ ତୈଳ ଡିପ ହେବ । ବିପିସିଏଲ , ଆଇଓସିଏଲ, ଏଚପିସିଏଲ ଭଳି କମ୍ପାନୀ ର ସହ ଯୋଗ ନିଆଯାଇଛି । ଯାହାଦ୍ୱାରା ଦକ୍ଷିଣ ଓଡିଶାର ଲୋକମାନେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ତୈଳର ଅଭାବ ରହିବ ନାହିଁ । ଶରଣ ଶ୍ରୀକ୍ଷେତ୍ର ର ମାରଦା ପାରିପାଶ୍ୱର୍ିକ ବିକାଶ ନିମନ୍ତେ ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ ଆବଶ୍ୟକ ପଡିଲେ ଆହୁରୀ ମଧ୍ୟ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସମାରୋହରେ ଘୋଷଣା କରିଛନ୍ତି । ଶରଣ ଶ୍ରୀକ୍ଷେତ୍ର ର ଏକ ଦ୍ୱାରାକୁ ବଉଳାପଥର ରେ କରିବାକୁ କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟଟନ ବିଭାଗର ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କରୋନା ମହାମାରୀ ରେ ସମସ୍ତେ କାର୍ଯ୍ୟ କରି କରୋନା କୁ ଜିଲ୍ଲାରେ ଜିଲ୍ଲାବାସୀ ପରାଜିତ କରିଛନ୍ତି । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାବାସୀ ସହଯୋଗ ରେ ଜିଲ୍ଲା ପ୍ରଶାସନ ଭଲ କାର୍ଯ୍ୟ କରିଛନ୍ତି । ଟିକା ଆସିଲାଣି ଧିରେ ଧିରେ ସମସ୍ତଙ୍କୁ ଏହି ଟିକା ପ୍ରଦାନ କରାଯିବ । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିବା ସହ ଗଞ୍ଜାମ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବିକଶିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗୋପାଳପୁର ସମୁଦ୍ର , ଚିଲିକା ଉପକୂଳ ଭଳି ପର୍ଯ୍ୟଟନ ସ୍ଥଳିକୁ ବିକାଶ କରାଯାଉଛି ।  ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ କାର୍ଯ୍ୟକ୍ରମ ଯୋଜନାରେ ଗୋପାଳପୁର ବେଳାଭୂମି, ବରକୂଳ, ତାମ୍ପରା ଓ ସାତପଡା ପର୍ଯ୍ୟଟ୍ଟନସ୍ଥଳୀର ବିକାଶ ନିମନ୍ତେ ୭୦କୋଟି ୮୧ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଅତିଶୀଘ୍ର ପ୍ରଥମ କରି ଛତ୍ରପୁର ନିକଟ ତାମ୍ପରା ହ୍ରଦ ର ସୈାଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ଜିଲ୍ଲାପ୍ରଶାସନ , ପର୍ଯ୍ୟଟନ ବିଭାଗ ଓ ବିଡିଏ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ପ୍ରଥମ ପର୍ଯ୍ୟାୟ ରେ ୮କୋଟି ୩୦ଲକ୍ଷ ବ୍ୟୟରେ ତାମ୍ପରା ହ୍ରଦ ଲେକ ଭିଉ ପାର୍କ କୁ ଆଜି ଉଦଘାଟନ କରାଯାଇଛିା ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ କହିଛନ୍ତି ମଣିଷ ଜୀବନରେ କ୍ଲାନ୍ତ ଅନୁଭବ କଲେ ଏହି ସୁନ୍ଦର ପ୍ରକୃତି କୁ ଉପଭୋଗ କରି ଶାନ୍ତି ଅନୁଭବ କରିଥାଏ । ଏହି ପର୍ଯ୍ୟଟନ ସ୍ଥଳିର ବିକଶିତ ହୋଇଥିବାରୁ ନିଜକୁ ମନ୍ତ୍ରମୁଗ୍ଧ କରିବା ସହିତ ଲୋକଙ୍କୁ ନିଯୁକ୍ତି ର ସୁଯୋଗ ସୃଷ୍ଟିି ମିଳିବାରେ ସହାୟତା ହେବ । ଏଥିପାଇଁ ସେ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ସରକାର ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦଅର୍ପଣ କରିଥିଲେ । ଆଗାମୀ ଦିନରେ ତାମ୍ପରାକୁ ଆହୁରୀ ବିକାଶ କରିବା ପାଇଁ ସେ ନିବେଦନ କରିବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ କୋଭିଡ୍ ପୁର୍ବରୁ ଜଳକ୍ରିଡା ର ଆରମ୍ଭ କରିଥିଲେ । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡା କରିବାକୁ ସେ କହିଥିଲେ । ଏହାଦ୍ୱାରା ଏହି ପର୍ଯ୍ୟଟନ ସ୍ଥଳୀକୁ ବହୁ ବାହାର ପର୍ଯ୍ୟଟକ ମାନେ ଗଞ୍ଜାମ ଜିଲ୍ଲାକୁ ଆସିପାରିବେ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ତାମ୍ପରା ପର୍ଯ୍ୟଟନସ୍ଥଳି ରାଜ୍ୟ ତଥା ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିପାରିବ । ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୂଖ ସଚିବ ବିଶାଳ କୁମାର ଦେବ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତା ତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତ ୱ ।ସନ ଭି ମଞ୍ଚାସୀନ ରହି ଥିଲେ । ପ୍ରାରମ୍ଭ ଗଞ୍ଜାମ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପୁଷ୍ପଗୁଚ୍ଛ ଏବଂ ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଏମସି କମିସନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ପୋଲିସ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ