ପିପିଲି ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ସର୍ବ ଦଳୀୟ ବୈଠକ କରିଛନ୍ତି I ଏଥିରେ ଉପନିର୍ବାଚନ ସମ୍ବନ୍ଧୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା I ଏଥିରେ ସୂଚନାଯୋଗ୍ୟକି ପିପିଲି ଏମ ଏ ଲ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଏଥର ଉପନିର୍ବାଚନ ଅନୁଷ୍ଠିତ ହେଉଛି  I ଆସନ୍ତା ଏପ୍ରିଲ ୧୭ ରେ ଭୋଟ ଗ୍ରହଣ ହେବା ପାଇଁ ତାରିଖ ଘୋଷଣା ହେବାକୁ ତାରିଖ ଘୋଷଣା ହୋଇଥିବା ବେଳେ ମାର୍ଚ୍ଚ ତିରିଶି ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ