ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀଙ୍କ ମନୋମୁଖୀ କାର୍ଯ୍ୟ

ନାଉଗାଁ :ପ୍ରଶସାନିକ ଅଧିକାରୀଙ୍କ ଉଦାସୀନତା ଯୋଗୁ ନାଉଗାଁ ବ୍ଳକ ସର୍ବଶିକ୍ଷା ଅଭିଯାନରେ ଦିନକୁ ଦିନ ଦୁର୍ନିତି ବୃଦ୍ଧି ପାଇବାରେ ଲାଗିଛି । ଠିକ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ମନଇଚ୍ଛା କାର୍ଯ୍ୟ କରିବା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ଶିକ୍ଷକମାନଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ନେଉଥିବା ଜଣାଯାଇଛି । ଏପରିକି କାର୍ଯ୍ୟାଳୟ ଥିବା ବରିଷ୍ଠ କିରାଣୀଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ଶିକ୍ଷକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବରିଷ୍ଠ କିରାଣୀଙ୍କ ଏପରି ମନୋମୁଖୀ କାର୍ଯ୍ୟକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ତିବ୍ର ପ୍ରତିବାଦ କରାଯିବା ସହିତ ସଭାପତି ଉମାକାନ୍ତ ଆଚାର୍ଯ୍ୟ ଓ ସାଧାରଣ ସଂପାଦକ ସୁଧୀର କୁମାର ବିଶ୍ୱାଳ ଲିଖିତ ଭାବେ ତାଙ୍କ କାର୍ଯ୍ୟକଳାପ ବିଷୟରେ ରବିବାର ପ୍ରେସ ଇସ୍ତାହାରରେ ଲିଖିତ ଭାବେ ଜଣାଇଛନ୍ତି । ପିଲାମାନଙ୍କ ବାର୍ଷିକ ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା,ମୋଟା ଅଙ୍କର ଉତ୍କୋଚ ଆଦାୟ କରାଯାଇ ୨୦୦୬ ବ୍ୟାଚର ଶିକ୍ଷକମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇଛି ଯାହାଦ୍ୱାରା ଶିକ୍ଷକ ମାନେ ଦରମା ପାଇବାରୁ ବଂଚିତ ହୋଇଛନ୍ତି । ଜଗତସିଂହପୁର ଜିଲାର ସମସ୍ତ ବ୍ଳକରେ ଶିକ୍ଷକ ମାନେ ବର୍ଦ୍ଧିତ ବକେୟା ପ୍ରାପ୍ୟ ପାଇଥିବା ବେଳେ ବରିଷ୍ଠ କିରାଣୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ନାଉଗାଁ ବ୍ଳକର ୪୩ ଜଣ ଶିକ୍ଷକ ବକେୟା ପ୍ରାପ୍ୟ ପାଇବାରୁ ବଂଚିତ ହୋଇଛନ୍ତି । ଯାହାଫଳରେ ଦରମାରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଶିକ୍ଷକମାନେ ବିଭିନ୍ନ ସମସ୍ୟା ଭୋଗ କରୁଛନ୍ତି । ଯେଉଁ ଶିକ୍ଷକମାନେ ମୋଟା ଅଙ୍କର ଉତ୍କୋଚ ପ୍ରଦାନ କରୁଛନ୍ତି ସେମାନଙ୍କର ସରଭିସ ବୁକ ଅପଡେଟସନ କରାଯାଉଥିବା ବେଳେ ଇନକ୍ରିମେଂଟ ସାଙ୍କସନ କରାଯାଉଛି । ଅର୍ଥ ଦେଉ ନଥିବା ଶିକ୍ଷକମାନଙ୍କୁ ଏ କ୍ଷେତ୍ରରେ ହଇରାଣ କରାଯାଉଛି । ଓଷକଣା ଉ.ପ୍ରା ବିଦ୍ୟାଳୟର ରମାକାନ୍ତ ସ୍ୱାଇଁଙ୍କ ଇନକ୍ରିମେଂଟ ପ୍ରଦାନ କରାଯାଉ ନଥିବା ବେଳେ ବିଭିନ୍ନ ପ୍ରକାର ହଇରାଣ କରାଯାଉଥିବା ଶିକ୍ଷକ ଫେଡରେସନ ପକ୍ଷରୁ ପ୍ରେସ ଇସ୍ତହାରରେ ଜଣାଇ ଦିଆଯାଇଛି । ଏ ସଂପର୍କରେ ବରିଷ୍ଠ କିରାଣୀ ଗିରିଜା ପ୍ରସାଦ ମହାପାତ୍ରଙ୍କ ସହ ଯୋଗା ଯୋଗ ସମ୍ଭବ ହୋଇ ପାରି ନଥିବା ବେଳେ ଅତିରିକ୍ତ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀଙ୍କୁ ପଚାରିବାରୁ ଷ୍ଟ୍ରାଇକ ଚାଲିଥିବା ଓ ମାର୍ଚ୍ଚ ମାସ ହୋଇଥିବାରୁ ଦରମା ହୋଇପାରି ନଥିବା କହିଥିବା ବେଳେ ଉତ୍କୋଚ ବିଷୟରେ ସେମିତି କେହି ନେଉ ନଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ