ବସ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
କଟକ, (ଦୀପକ୍ କୁମାର ବେଉରା):କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ରହ୍ମପୁର ରୁ କଲିକତା ଅଭିମୁଖେ ଯାଉଥିବା ଶାନ୍ତିଲତା ନାମକ ଯାତ୍ରୀବାହୀ ବସକୁ ଓ ଏମ ପି ଛକ ପାଖରେ ସନ୍ଦେହ ଜନକ ଭାବରେ ଅଟକାଇ ଯାଞ୍ଚ କରିବା ସମୟର ବସ ଭିତରୁ ୧୮୦ କିଲ ଗଞ୍ଜେଇ ଜବତ ସହିତ ୪ ଜଣଙ୍କୁ ଗିରଫ କରାଯାଇଅଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ହୋଇ ପାରେ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି।


