କଳା କାନୁନ ପ୍ରତ୍ୟାହାର ଏବଂ ଟିକାୟତଙ୍କୁ ଆକ୍ରମଣ ପ୍ରତିବାଦରେ ଗଣଉପବାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କଳାକାନୁନ ପ୍ରତ୍ୟାହାର ଏବଂ ବିଶିଷ୍ଟ କୃଷକନେତା ରାକେଶ ଟିକାୟତଙ୍କ ଉପରେ ଅସାମାଜିକ ତତ୍ତ୍ୱଙ୍କ ତରଫରୁ ହୋଇଥିବା ଆକ୍ରମଣ ପ୍ରତିିବାଦରେ ଶହୀଦ ଦିବସ ପାଳନ ଅବସରରେ ପିଏମ୍‌ଜିଛକଠାରେ ଶତାଧିକ ଚାଷୀ ଗଣ ଉପବାସରେ ବସିବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଘରୋଇ ମଣ୍ଡି, ଠିକାଚାଷ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ ପ୍ରତ୍ୟାହାର ରଦ୍ଦ ଦାବିରେ ଦିଲ୍ଲୀରେ ଲକ୍ଷାଧିକ କୃଷକ ଆନ୍ଦୋଳନ କରି ଆସୁଛନ୍ତି । ଏହି ଆଇନକୁ ତମାମ ଦେଶ ତଥା ସାରା ବିଶ୍ୱରୁ ନୈତିକ ସମର୍ଥନ ମିଳୁଛି । ଏହାସହ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚାଷୀ ନେତାମାନଙ୍କ ସହ ସରକାର ଆନ୍ଦୋଳନ ନକରି ଦେଶରେ ଏକ ଅରାଜକ ବ୍ୟବସ୍ଥା ନିଜେ ସୃଷ୍ଟି କରୁଛନ୍ତି । ଭାରତ ପରି ଏକ କୃଷିପ୍ରଧାନ ଦେଶରେ ଯେଉଁଠି ୭୦ ପ୍ରତିଶତ ଲୋକ କୃଷି ବିକାଶ ଉପରେ ନିର୍ଭର କରନ୍ତି ସେ ଦେଶରେ ଠିକା ଚାଷ ପ୍ରଣୟନ ନକରି ଆମେରିକା, ଅଷ୍ଟ୍ରେଲିଆ ଭଳି ୧ଭାଗ ଲୋକ ଚାଷରେ ରୁହନ୍ତି ବୋଲି ବିଶ୍ୱାସ କରି କୃଷି କ୍ଷେତ୍ରକୁ କଳାକାନୁନ ମାଧ୍ୟମରେ କମ୍ପାନୀ ହାତକୁ ଟେକିଦେବା ନିଷ୍ପତ୍ତି ବିରୁଦ୍ଧରେ ବେସାଲିସ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି । ଏହି ଦିବସବ୍ୟାପୀ ଗଣଉପବାସରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟସ୍ତରୀୟ ନେତୃବୃନ୍ଦ ଓ ଭୁବନେଶ୍ୱର ନାଗରିକ ସମାଜର କର୍ମକର୍ତ୍ତା ଉପସ୍ଥିତ ରହିବେ ବୋଲି ନନ୍ଦ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ