ଶ୍ରୀଚନ୍ଦନ ସାହିତ୍ୟ ଓ ସଂସ୍କୃତି ପରିଷଦ,କଟକ ତରଫରୁ ୪୪ତମ ରାଜ୍ୟ ସ୍ତରୀୟ ସାରସ୍ବତ ସମାବେଶ
କଟକ, (ଦୀପକ କୁମାର ବେହୁରା):କଟକ ସ୍ଥିତ ସହୀଦ ଭବନରେ ତା- ୨୧.୩.୨୦୨୧ ରେ ଅନୁଷ୍ଠିତ ହୋଇଯାଇଛି ାଏଥିରେ ଭଞ୍ଜନଗର ଅଞ୍ଚଳ ବଡକୋଦଣ୍ଡାରୁ ପ୍ରତିନିଧିତ୍ବ କରୁଥିବା ଯୁବ କବି,ଶିକ୍ଷକ ତଥା ସି.ଆର୍.ସି.ସି ତ୍ରିନାଥ ବେହେରାଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷା ଜ୍ୟୋତି ସମ୍ମାନ-୨୦୨୧ ରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣା ପଡିଛି ଏହି ରାଜ୍ୟ ସ୍ତରୀୟ କବି,କଳାକାର,ସାହିତ୍ୟିକ ସମାବେଶରେ ଓଡିଶାର କୋଣ ଅନୁକୋଣରୁ ବହୁ ପ୍ରତିଭାଧାରୀ ବ୍ୟକ୍ତି ବିଶେଷ ଯୋଗ ଦାନ କରିଥିଲେ ା ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ରାଣୀ ସାହେବା ମନୋଜା ମଞ୍ଜରୀ ଦେବୀ ଙ୍କ ସମେତ ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକ ବାବା ପ୍ରସନ୍ନ ପାଟ୍ଟଶାଣୀ ,ଓଡିଶା ସାହିତ୍ୟ ଏକାଡୋମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି ହୁସେନ ରବି ଗାନ୍ଧୀ ,ଅନୁଷ୍ଠାନର ସଭାପତି ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପ୍ରକ୍ତନ ପୋଲିସ ମହାନିର୍ଦ୍ଦେଶକ ଶରତ ମିଶ୍ର ପ୍ରମୁଖଙ୍କ ଗହଣରେ ମାନପତ୍ର,ଉପଢୌକନ ପ୍ରଦାନ ପୂର୍ବକ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏହି ସମାବେଶରେ ଗଞ୍ଜାମ ଜିଲ୍ଲାରୁ ଯୋଗ ଦେଇଥିବା ଅନ୍ୟାନ୍ୟ ସାରସ୍ବତ ସାଧକମାନଙ୍କ ମଧ୍ୟରେ ଅଧ୍ୟାପକ ସଞ୍ଜୟ କୁମାର ଷଢଙ୍ଗୀ,ଶିକ୍ଷକ ଅଜିତ କୁମାର ତ୍ରିପାଠୀ,ଜୋତିର୍ବିଦ ମନୋଜ କୁମାର ପଟ୍ଟନାୟକ,ଶିକ୍ଷକ ଅମୂଲ୍ୟ କୁମାର ଦାସଙ୍କୁ ମଧ୍ୟ ମାନପତ୍ର,ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ସାରସ୍ବତ ସମାବେଶ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ସଂପାଦକ କବି ସାରଥି ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ପରିଚାଳନା କରିଥିବାବେଳେ ମା’ ମଙ୍ଗଳା ଡ୍ୟାନସ ଏକାଡେମୀ,ଜଗତସିଂହପୁର ତରଫରୁ ନୃତ୍ୟ ପରିବେଷଣ ସହ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଅନୁଷ୍ଠାନ ତରଫରୁ ଏକ ହଜାରରୁ ଉର୍ଦ୍ଧ୍ବ ପୃଷ୍ଠା ସମ୍ବଳିତ ସାହିତ୍ୟ ପତ୍ରିକା “ମନସ୍ବିନୀ” ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା