ପ୍ରାଚୀ ଉପତ୍ୟକାରେ ଦୋଳ ଉତ୍ସବ ଆରମ୍ଭ

ନିମାପଡା, (ସନ୍ତୋଷ ଦାଶ):ଆଜି ଫଗୁ ଦଶମୀ ତିଥି. ପରମ୍ପରା ଅନୁଯାୟୀ ପ୍ରାଚୀ ଉପତ୍ୟକା ଅଞ୍ଚଳରେ ଦୋଳ ଉତ୍ସବ ଆରମ୍ଭ ହୋଇଛି. ଠାକୁର ମାନଙ୍କ ଚଳନ୍ତି ପ୍ରତିମାଙ୍କୁ ମନ୍ଦିରର ଗର୍ଭ ଗୃହ ଭିତରୁ ବାଜା ବଜାଇ ବାଣ ଫୁଟାଇ ବାହାରକୁ ଅଣାଯାଇ ଠାକୁରଙ୍କ ସ୍ଵ ସଜ୍ଜିତ ମଣି ବିମାନରେ ବିଜେ କରାଯାଇ ଠାକୁରଙ୍କୁ ଲିଆ ଖଇ କଦଳୀ ଶାକର ଉଖୁଡା ଚଣା ଅବିରଭୋଗ ଲାଗିକରାଯାଇଛି. ଠାକୁରଙ୍କ ଭୋଗ ଖିଆ ଆରମ୍ଭ ହୋଇଛି. ଗୁରୁବାର ଠାରୁ ଠାକୁର ମାନେ ବିମାନରେ ବସି ଗାଁ ଗାଁ ବୁଲି ଭକ୍ତ ମାନଙ୍କ ଦାଣ୍ଡରେ ଭୋଗ ଖାଇବେ. ଗାଁ ସବୁ ଉତ୍ସବ ମୁଖର ହୋଇପଡିବ. ହୋଲି ପରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହେବ. ଠାକୁର ମାନେ ସ୍ଵ ସ୍ଵ ମନ୍ଦିରରେ ପ୍ରବେଶ କରିବେ. ଶେଷ ହେବ ଦୋଳ ଉତ୍ସବ. ଏଥିପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ