ୱାରେଣ୍ଟି ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ପୁଲିସ ପକ୍ଷରୁ ଆଜି ସକାଳୁ ସକାଳୁ କଳିଗାଁ ପଞ୍ଚାୟତର ଇଛାପୁର ଗ୍ରାମରେ ଚଢ଼ାଉ କରାଯାଇ ଦୀର୍ଘଦିନ ହେବ ଫେରାର ଥିବା ଜଣେ ୱାରେଣ୍ଟିକୁ ଗିରଫ କରିବାରେ ସଫଳ ହୋଇଛି । ଇଛାପୁର ଗାଁର ରମେଶ କାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ୨୦୧୩ମସିହାରେ ଏକ ମାମଲାରେ ତାଙ୍କ ନାମରେ କୋର୍ଟରୁ ୱାରେଣ୍ଟ ବାହାରିଥିଲା । ଏକ ବିଶେଷ ସୁତ୍ରରୁ ଖବରପାଇ ନନ୍ଦିପଦା ପୁଲିସ ତାକୁ ଆଜି ତାଙ୍କ ଗାଁରୁ ଗିରଫ କରିବାରେ ସଫଳ ହୋଇଛି ।


