ୟରୋ କିଡ୍ସ ପ୍ରି ସ୍କୁଲ ଆଗାଜ ବାର୍ଷିକ ଉତ୍ସବ କୁନି କୁନି ଶିଶୁଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ ହାସ୍ୟଅଭିନେତା ଗୁଡୁଙ୍କ ହାସ୍ୟରସରେ ଝୁମିଲେ
ଛତ୍ରପୁର : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ପ୍ରଥମ କରି ଅନ୍ତର୍ଜାତୀୟ ମାର୍କା ୟୁରୋ କିଡ୍ସ ପ୍ରି ସ୍କୁଲ ଛତ୍ରପୁର ଶାଖାର ପ୍ରତିଷ୍ଠାତ ହୋଇ ଆଜି ତାର ଆଗାଜ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରିଛି । ହାସ୍ୟ ଅଭିନେତା ଗୁଡୁଙ୍କ ହାସ୍ୟରସରରେ କୁନି କୁନି ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ ଝୁମୁଉଠିଥିଲେ । ଆଜି ସନ୍ଧ୍ୟା ୬ଟାରେ ସ୍ଥାନୀୟ ୟୁରୋ କିଡ୍ ପ୍ରିସ୍କୁଲ ର ଆଗାଜ ବାର୍ଷିକ ଉତ୍ସବ ପ୍ରିନ୍ସପାଲ ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ।। ଶକ୍ତି ଏନ୍ ଏଜୁକେସନ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସୈାଦାମନୀ ମହାପାତ୍ର , ସମାଜସେବୀ ଭାଷ୍କର ମହାପାତ୍ର, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ. ସୁବାଷ ଚନ୍ଦ୍ର ପରିଡା, ବକ୍ତା କଲିକତାର ସୁନାମଧନ୍ୟ ଶିକ୍ଷାବିତ୍ ଦେବଜିତ୍ ସରକାର, ସ୍କୁଲର ଚ୍ୟାୟରମ୍ୟାନ ତଥା ଯୁବ ଆଇନଜିବୀ ରଂଜନ ମହାପାତ୍ର ପ୍ରାରମ୍ଭ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରତିଷ୍ଠାତା ଶ୍ରୀମତି ମହାପାତ୍ର ଛୋଟ ଶିଶୁ ମାନଙ୍କୁ ନୂତନ ଢଙ୍ଗରେ ଶିକ୍ଷା ପ୍ରଦାନ କରାଯାଉଥିବା କହିବାସହ ସ୍କୁଲ ଆରମ୍ଭରୁ ଅଭିଭାବକ ମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଅତିଥୀ ଡଃ.ପରିଡା ପିଲାଙ୍କର ଶୈକ୍ଷିକ ବିକାଶ ପାଇଁ ଏହି ଅନୁଷ୍ଠାନ ସମସ୍ତ ଉଦ୍ୟମ କରି ଆସିବା ସହ ସେମାନଙ୍କୁ ଜଣେ ଜଣେ ସୁନାଗରିକ ପରି ଗଢି ତୋଳିବା ପାଇଁ କାର୍ଯ୍ୟକରିଆସୁଛି । ୟୁରୋ କିଡ୍ସ ଅନୁଷ୍ଠାନର ଚ୍ୟାୟରମ୍ୟାନ ଶ୍ରୀ ମହାପାତ୍ର ଜୁଲାଇ ୨୦୧୮ ଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲ ତରଫରୁ ଚାଲିଆସିଥିବା ସମସ୍ତ କାର୍ଯ୍ୟକ୍ରମର ଉପସ୍ଥାପନା କରିବା ସହ ଅନୁଷ୍ଠାନ ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ । ତାସହିତ ଆମର ଏହି ସ୍କୁଲ ଛତ୍ରପୁର ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହିପରି ମୁଖ୍ୟ ବକ୍ତା ଭାବେ କଲିକତା ଶିକ୍ଷାବିତ୍ ଶ୍ରୀ ସରକାର ଯୋଗଦେଇ କହିଥିଲେ ଯେ ସାଂପ୍ରତିକ ସମୟରେ ଏହି ୟୁରୋ କିଡସ୍ ସ୍କୁଲ ମନୋବୈଜ୍ଞାନିକ ଢଙ୍ଗରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଆଗକୁ ନେବାକୁ ଉଦ୍ୟମ ଜାରି ରଖିଛନ୍ତି । ସ୍କୁଲର ପ୍ରିନ୍ସପାଲ ଶ୍ରୀମତି ମହାପାତ୍ର ସ୍କୁଲର ବିଭିନ୍ନ ଶୈକ୍ଷିକ କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ କାଜଲ ପଣ୍ଡା ସ୍ୱାଗତ ଭାଷଣ ଦେବାସହ ଅନୁଷ୍ଠାନରେ ଶିଶୁ ମାନଙ୍କୁ ନୂତନଶୈଳୀରେ ଶିକ୍ଷାଦାନ ଦିଆଯାଉଥିବା ଉପରେ କହିଥିଲେ । ଉପରୋକ୍ତ ଅତିଥୀମାନେ କୃତୀ ଛାତ୍ରଛାତ୍ରୀ ପୁରସ୍କାର ବିତରଣ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଖୁସୁବ୍ ବେଗମ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୂବନେଶ୍ୱର ଭାଷ୍ୟକାର ସୋମା ସଂଯୋଜନାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମନସ୍ୱନୀ ପଟ୍ଟନାୟକ ସଂଗୀତ ପରିବେଷଣ କରିଥିବା ବେଳେ ଜାତୀୟସ୍ତରରେ ପୁରସକୃତ ହୋଥିବା ଭାଟକୁମ୍ଭରଡା ଗ୍ରାମର ରାଧାଶ୍ୟାମ ତରାଇ କୁଚିପୁଡି ଓ ଭାରତନାଟ୍ୟମ୍ ପରିବେଷଣ କରିଥିଲେ । ସ୍କୁଲର କୁନି କୁନି ଶିଶୁ ମାନଙ୍କ ସହ ହାସ୍ୟଅଭିନେତା ଗୁଡୁ ଓ ଅମର ପାଦରେ ପଦ ମିସାଇ ଝୁମିଥିଲେ । ସମସ୍ତକାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷୟତ୍ରୀ ଶିବାନୀ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।