ପୋଲିସ କର୍ମଚାରୀଙ୍କ ସନ୍ଦେହ ଜଣକ ମୃତ୍ୟୁ
କଟକ, (ଓ୍ବାଇଏନ୍ଏସ୍):ଗତ ୨୫ତାରିଖ ରୁ ନିଖୋଜ ଥିବା ଆରକ୍ଷୀ ମହାନିର୍ଦେଶକ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ଚନ୍ଦ୍ରଶେଖର ଦାଶ ଆନୁମାନିକ ବୟସ ୫୦, ଯୁବକ ଙ୍କ ମୃତ ଦେହ ସ୍ଥାନୀୟ ଯୋବ୍ରା ନିକଟ ମହାନଦୀ କୂଳରୁ ଜଗତପୁର ପୋଲିସ ଉଦ୍ଧାର କରିଛି. ପରିବାର ଲୋକ ଚିନ୍ହଟ କଲା ପରେ ପୋଲିସ ଶବ କୁ ପୋଷ୍ଟ ମର୍ଟମ କରିବା ପାଇଁ ବଡ ଡାକ୍ତରଖାନା କୁ ପଠାଇଛି. ଆତ୍ମହତ୍ୟା ଅବା ହତ୍ୟା ଏହାର ସଠିକ କାରଣ ଜଣା ପଡ଼ିନାହିଁ. ସ୍ବର୍ଗତ ଦାଶ ଜଣେ ସଚୋଟ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି କୁହା ଯାଉଥିବା ବେଳେ, ଏ ଘଟଣା କିପରି ଘଟିଲା ସାଧାରଣ ରେ ଚର୍ଚ୍ଚା ହେଉଛି. ମୃତ ବ୍ୟକ୍ତି ମଙ୍ଗଳା ବାଗ ରେ ଦୀର୍ଘ ବର୍ଷ ହେବ ରହି ଆସୁଥିଲେ. ଏଠାରେ ସୂଚନା ଯୋଗ୍ୟ ଯେ କଟକ ନିବାସୀ ସମାଜ ସେବି ସୂର୍ୟ୍ୟକାନ୍ତ ତ୍ରିପାଠୀ ଙ୍କ ଭିଣୋଇ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଙ୍କ ବନ୍ଧୁ ଅଟନ୍ତି. ପୋଲିସ ଏ ସମ୍ପର୍କୀରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି. ପରିବାର ମଧ୍ୟରେ ଗଭୀର ଶୋକ ର ଛାୟା ଖେଳି ଯାଇଛି.


