ଗାଡି ଧକ୍କାରେ ମୃତ୍ୟୁ ଘଟାଇଥିବା ଗାଡିର ସନ୍ଧାନ ମିଳିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମର ଶାସନପୁରୁ ନାରାୟଣ (୪୩) ଗତ ବୁଧବାର ସକାଳ ୫.୩୦ ଘଣ୍ଟା ସମୟରେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଅଜଣା ଗାଡିର ଧକ୍କାରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଗାରବନ୍ଧ ଥାନା ଠାରୁ କିଛି ମାତ୍ର ଦୂରରେ ଘଟିଥିଲା । ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା ଗାଡିର ଦର୍ପଣ କାଚ ଭାଙ୍ଗି ପଡିଥିବା ଦେଖାଯାଇଥିଲା । ଘଟଣା ସମ୍ପର୍କରେ ଗାରବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟଙ୍କ ତ୍ୱତାବଧାନରେ ଅନୁସନ୍ଧାନ ଜାରୀ ରହିଥିଲା । ଉକ୍ତ ଦିନ ଉକ୍ତ ସମୟରେ କେଉଁ ଗାଡି ଯାଇଥିଲା ଆଦି ସମ୍ପର୍କରେ ତନାଘନା କରାଯାଇଥିଲା । ଏହାପରେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ସି.ସି. କ୍ୟାମେରା ଯାଞ୍ଚ କରାଯାଇଥିଲା । ସିସି କ୍ୟାମେରା ଆଧାରରେ ଉକ୍ତ ଗାଡିର ସନ୍ଧାନ ମିଳିଥିଲା । ଏହି ଗାଡିଟି ପାରଳାଖେମୁଣ୍ଡିର ସିମେଣ୍ଟ, ଲୁହାଛଡ ବ୍ୟବସାୟୀ ପ୍ରକାଶ ପାତ୍ରଙ୍କ ମାଲିକାନାରେ ଥିବା ବେଳେ ଏଥିରେ ଗାଡିଡ୍ରାଇଭର ଗଣେଶ ସାହୁ ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇବା ଦିନ ଗଣେଶ କାର ଚଳାଉଥିଲେ ଏବଂ ସେ ଗାରବନ୍ଧ ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି । ଏନେଇ ଗାରବନ୍ଧ ଥାନାରେ ୨୭/୨୧ରେ ମାମଲା ରୁଜ କରାଯାଇଥିବା ବେଳେ ଗାଡି ନମ୍ବର ଓଡି୨୦ ୯୭୪୯କୁ ଜବତ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ