ଭୁବନେଶ୍ୱର ସବୁଠାରୁ ଉତପ୍ତ ସହର

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ତାପମାତ୍ରା ବୃଦ୍ଧି ସହ ଖରାରେ ସିଝୁଛି ସାରା ଓଡ଼ିଶା । ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି ଭୁବନେଶ୍ୱର । ବୁଧବାର ଦିନ ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅପରପକ୍ଷରେ ଗତକାଲି ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ଉତପ୍ତ ସହର ପାଲଟିଥିବା ବେଳେ ଆଜି ବାରିପଦାରେ ତାପମାତ୍ରା ୪୩.୬ଡିଗ୍ରୀ ରହିଛି ଏବଂ ବାଲେଶ୍ୱରରେ ତାପମାତ୍ରା ୪୩.୦ଡିଗ୍ରୀ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ସେହିପରି ଭୁବନେଶ୍ୱରକୁ ମିଶାଇ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେହିପରି ଚାନ୍ଦବାଲିରେ ୪୨.୬, ତାଳଚେରରେ ୪୨.୫, ମାଲକାନଗିରିରେ ୪୨, ଗଜପତିରେ ୪୨, ବୌଦ୍ଧରେ ୪୨, ଅନୁଗୋଳରେ ୪୧.୭, ବଲାଙ୍ଗିରରେ ୪୧.୫, ଭବାନୀପାଟଣାରେ ୪୧.୫, ଟିଟିଲାଗଡ଼ ୪୧.୨ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୦.୮, କଟକ ୪୦.୬, ସୁନ୍ଦରଗଡ଼ ୪୦.୫ ତାପମାତ୍ରା ରେକର୍ଡ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ