ଦାଦା ସାହେବ ଫାଲ୍କେ ଆୱାଡ୍ ପାଇବେ ରଜନୀକାନ୍ତ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍କେ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦାଦା ସାହେବ ଫାଲ୍କେ ସମ୍ମାନ ପ୍ରଦାନ ପାଇଁ ଗଠନ ହୋଇଥିବା ବିଚାରକ ମଣ୍ଡଳୀ ରଜନୀକାନ୍ତଙ୍କୁ ଏଥିଲାଗି ଚୟନ କରିଥିବା ପ୍ରକାଶ ଜାଭେଡ୍କର କହିଛନ୍ତି। ୫ ଜଣ ସଦସ୍ୟ ପରସ୍ପର ମଧ୍ୟରେ ବିଚାର ବିମର୍ଷ କରି ରାଜନୀକାନ୍ତଙ୍କୁ ଚୟନ କରିଛନ୍ତି। ସୂଚନାଯୋଗ୍ୟ ରଜନୀକାନ୍ତଙ୍କୁ ପ୍ରଶଂସକ ଶ୍ରଦ୍ଧାରେ ଥାଲାଇଭା ବୋଲି କହିଥାନ୍ତି। ୧୯୫୦ ଡିସେମ୍ବର ୧୨ରେ ରଜନୀକାନ୍ତ କର୍ନାଟକର ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାଇକ୍ୱାଡେ।


