ଆର.ଉଦୟଗିରି ଘର ପୋଡି ହୋଇ ୩୩ ବର୍ଷ ହୋଇଯାଇଛି ଏହାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଗତ ୧୯୮୮ ମସିହା ଏପ୍ରେଲ ୫ ତାରିଖ ଦିନ ଘଟି ଯାଇଥିଲା ଏକ ଲୋମ ହର୍ଷଣ କାରି ଘଟଣା ଯାହାକି ସାରା ଓଡିଶାକୁ ସ୍ତବ୍ଧ କରି ପକାଇଥିଲା ! ଚଇତ୍ର ମାସର ଉଦୁ ଉଦିଆ ଖରା ସମୟର ମଧ୍ୟାନ ୧୨ ଘଣ୍ଟିକା ସମୟରେ ଘଟି ଯାଇଥିଲା ଆର.ଉଦୟଗିରି ସହରରେ ଲୋମ ହର୍ଷଣ କାରି ଘଟଣା ! ହଟାତ ଜଣକ ଘର ଚୁଲିରୁ ନିଆ ବାହାରି ଅଳ୍ପ ସମୟ ମଧ୍ୟରେ ଛାର ଖାର କରିଦେଇଥିଲା ସାରା ସହର ! ଏବଂ କାନ୍ଦ ବୋବାଳୀରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ ! ଏକ ଜଳଖିଆ ଦୋକାନରେ ପକୁଡି ପ୍ରସ୍ତୁତ କଲା ସମୟରେ ଉକ୍ତ ତେଲ ପକୁଡି କଢେଇରୁ ନିଆ ବାହାରି ଜଳଖିଆ ଦୋକାନ ନିଆ ଲାଗି ଜଳିବା ସହ ସହରରେ ଥିବା ଏକ ନଡ଼ିଆ ଗଛରେ ନିଆ ଲାଗି ଅଞ୍ଚଳର ପ୍ରାୟ ୭୦୦ରୁ ଅଧିକ ଘର ପାଉଁଶ ହୋଇଯାଇଥିଲା ଏବଂ ବହୁ ଧନ ଜିବନ ନଷ୍ଟ ହେବା ସହ ବହୁ ପରିବାର ଛାର ଖାର ହୋଇପଡିଥିଲେ ଏବଂ କାହାର ମା ନିଆଁରେ ପୋଡି ମୃତ୍ୟୁ ବରଣ କରିଥିଲେ ତ ଆଉ କଉ ମାର କୋଳ ଶୂନ୍ୟ ହୋଇ ପଡିଥିଲା ତ ଆଉ କହାର ଭାଇ ଭଉଣୀ ହରାଇ କଳା ଅଙ୍ଗାର ପାଉଁଶକୁ ଧରି ବାହୁନି ବାହୁନି କାନ୍ଦୁଥିଲା ଏବଂ ଲୋକଙ୍କ କହିବା ଅନୁସାରେ ସେହି କାଳ ରାତ୍ରି ବା ସେହି ସମୟର କରୁଣ ଦୃଶ୍ୟ ଆଜି ବି ମନେ ପଡିଲେ ପାଦ ତଳୁ ମାଟି ଖସିବା ସାଙ୍ଗକୁ ଆଖିରୁ ଆପେ ଆପେ ଲୁହ ବାହାରି ଆସୁଛି ! ତେବେ ସେ ଦିନର ଘଟଣାରେ ଆଜିବି ଲୋକେ ନିଜର ଲୋକଙ୍କୁ ହରାଇଥିବା ଲୋକଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଥିବା ଦେଖିବାକୁ ମିଳିଛି ! ତେବେ ୧୯୮୮ ମସିହା ଏପ୍ରେଲ ୫ ତାରିଖ ଦିନ ହଟାତ ଆର.ଉଦୟଗିରି ସହରରେ ଅଗ୍ନି ସଞ୍ଜୋଗ ହୋଇ ଘରକୁ ଘର ଡେଇଁ ନିଆଁ ବ୍ୟାପିବାରେ ଲାଗି ସମଗ୍ର ସହରକୁ ନିମିଷକ ମଧ୍ୟରେ ନିଆ ପାଉଁଶ କରିପକାଇଲା ସାରା ସହରକୁ ! ଅଞ୍ଚଳର ଲୋକ ଏପରି ଅବସ୍ଥାରେ ଛନ୍ଦି ହୋଇ ରହିଲେ ଯେ ନିଜ ଘରକୁ ଅଗ୍ନି ସଂଯୋଗରୁ ଆୟତ୍ତ କରିବା ଦୂରର କଥା ନିଜେ ବି ସେମାନେ ଏହି ଅଗ୍ନି ଦାଉରୁ କୁଆଡେ ଯିବେ ଏବଂ ରକ୍ଷା ପାଇବେ ତାହାବି ସେମାନେ ବାଟ ପାଇଲେ ନାହିଁ ତଥାପି ସେମାନେ ନିଜ ପ୍ରାଣକୁ ପାଣି ଛଡାଇ ନିଜ ଘରକୁ ବା ନିଆଁକୁ ଆୟତ୍ତ କରିବା ଲାଗି ଅହରହ ଉଦ୍ୟମ ଜାରି ରଖିଥିଲେ ହେଲେ ତାହା ସମ୍ଭବ ପର ହୋଇ ପାରିଲା ନାହିଁ ଏବଂ ସେତେବେଳେ ବି ଫୋନ କିମ୍ବା ଗାଡି ଘୋଡାର ଏତେ ଉକ୍ତ ଅଞ୍ଚଳ ଲାଗି ସୁବିଧା ନଥାଏ ତଥାପି ଯେନ କେନ ପ୍ରକାରେ ଲୋକଙ୍କ କହିବା ଅନୁସାରେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ ଥିବା ଦମକଳ ବାହନୀ ସେମାନଙ୍କର ସଦଳ ବଳ ସହ ବିଳମ୍ବ ହେଲେ ସୁଦ୍ଧା ଆର.ଉଦୟଗିରିରେ ପହଞ୍ଚି ଥିଲେ ଏବଂ ସାରା ସହର ନିଆ ଜାଳିବାର ଦଶ ବାର ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କୁ ଏହି ନିଆଁକୁ ଆୟତ୍ତ କରିବା ଲାଗି ପ୍ରାୟ ଦେଡ ଦିନ ଲାଗି ଯାଇଥିଲା ଏବଂ କାଳେ କୁଆଡେ ନିଆ ଭିତରେ ଥିବ ଏବଂ ଭବିଷ୍ୟତରେ ଅସୁବିଧା ହେବ ସେଥିଲାଗି ସେହି ସମୟ ବା ସେହି ଦିନ ଠାରୁ ଆର.ଉଦୟଗିରି ଅଞ୍ଚଳରେ ଦମକଳ ବାହିନୀ ରହିବା ସହ ଦମକଳ କେନ୍ଦ୍ର ପ୍ରତିଷ୍ଠା ଲାଭ କଲା ! ଅନ୍ୟପଟେ ସହରର ଅଗ୍ନି ବିପିର୍ନ ମାନେ ଘର ଜଳି ପାଉଁଶ ହେବା ଯୋଗୁଁ ସେମାନେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ ଏବଂ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରିଲିଫ ମାଧ୍ୟମରେ ଚୂଡ଼ା, ଗୁଡ଼ ଏଭଳି ସାମଗ୍ରୀ ପ୍ରଦାନ କରିଥିଲେ ତା ସହ ବ୍ରହ୍ମପୁର ଅଞ୍ଚଳର କିଛି ବଡ଼ ବଡ଼ ବ୍ୟବସାୟୀ ଅଗ୍ନି ବିପିର୍ନ ମାନଙ୍କୁ ସାହାଯ୍ୟ କରିବା ଲାଗି ଆଗଭର ହୋଇ ଆସିଥିଲେ ଏବଂ ସେତେବେଳେ ଆର.ଉଦୟଗିରିର ସ୍ଥିତି ଏପରି ଗମ୍ଭୀର ହୋଇ ପଡିଥିଲାଯେ ନାଥିଲା ଲୋକଙ୍କ ପାଖରେ ଖାଇବା ଲାଗି ଖାଦ୍ୟ ନା ଥିଲା ରହିବା ଲାଗି ବାସଗୃହ ସମସ୍ତେ ସେହି ଦୁଃଖରେ ଜର୍ଜରିତ ହୋଇ ସେହି ଭଗବାନଙ୍କ ଭରସାରେ ରହୁଥିଲେ ଏବଂ ବହୁ ଲୋକ ଦାରିଦ୍ର୍ୟ ଯୋଗୁଁ ଅନାହାରରେ ମଧ୍ୟ କାଳତି ପାତ କରିଥିଲେ