ବିଦ୍ୟାଳୟ ପରିଚାଳନା କମିଟିଙ୍କ ପାଇଁ “ସହଯୋଗ “ତାଲିମ
ଚିକିଟି, (କୁରେଶୁ ସାହୁ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ଆଜି ଚିକିଟୀ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକର ପରିଚାଳନା କମିଟି ମାନଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲା l ଏହି ଅବସରରେ ଚିଲାଡୀ, ପାଣ୍ଡିରୀ, ଧାନଘର, ବଡପଲଙ୍କ, ଲିଆଖାଇ, ବଗଡ଼ପଲ୍ଲୀ, ନୂଆପଡା, ଗିରିଶୋ ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଧାନଘର,ଚିକିଟୀ ପେଣ୍ଠ ନୋଡାଲ , କୃଷ୍ଣପୁର, ନୂଆପଡା, ଗିରିସୋଲା, ରାଜଲକ୍ଷ୍ମୀ ବିଦ୍ୟାଳୟ, ମାଧବନ୍ଧ, କଳବଡ଼ ପରି ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କୋଭିଡ ନିୟମକୁ ମାନି ନିଜ ନିଜର ପରିଚାଳନା ସମିତି ସଭ୍ୟ ସଭ୍ୟା ମାନଙ୍କୁ ନେଇ “ସହଯୋଗ ” ତାଲିମ ଆରମ୍ଭ ହୋଇଛି | ଏହା ସକାଳ ଦଶ ଘ. ଠାରୁ ଆରମ୍ଭ ହୋଇ ଅପରାହ୍ନ ପାଞ୍ଚ ଘ ପର୍ଯ୍ୟନ୍ତ ଆସନ୍ତା ଦୁଇ ଦିନ ଧରି ଚାଲୁ ରହିବ | ଏଥିରେ ପରିଚାଳନା ସମିତିର ସମସ୍ତ ସଭ୍ୟ ଆଗ୍ରହର ସହ ଅଂଶ ଗ୍ରହଣ କରି ସେମାନଙ୍କ ଦାୟିତ୍ୱ କୁ ବୁଝି ନେଉଥିବାର ଦେଖିବାକୁ ମିଳିଥିଲା | ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ମଧ୍ୟରେ ବିଷୟବସ୍ତୁକୁ ଭାଗ ବାଣ୍ଟି ନେଇ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ଧାରଣା ଦେଉଥିଲେ | ନିଜ କ୍ଳଷ୍ଟର ର CRCC ଏବଂ ବ୍ଲକ ଶିକ୍ଷା ଅଧିକାରୀ ସହ ଅଧିକାରୀ ବିଭିନ୍ନ ବିଦ୍ୟାଳୟ ର ତଦାରାଖ କରଛନ୍ତି |