ସ୍ପାର୍କର୍ ସିରିଜ୍ ସ୍ମାଟଫୋନର ବଜାର ପ୍ରବେଶ
ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର କାମନ୍ ତଥା ସ୍ପାର୍କ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ ନୂତନ ସ୍ମାର୍ଟେଫାନ୍ର ବଜାର ପ୍ରବେଶ କରାଯାଇଛି । କାମନ୍ ସିରିଜ୍ ବର୍ଗରେ ଟେକ୍ନୋ କାମନ୍-୧୨ ଏୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ସେହିପରି ସ୍ପାର୍କ ସିରିଜ୍ ବର୍ଗରେ ଟେକ୍ନୋ ସ୍ପାର୍କ ଗୋ,ଟେକ୍ନୋ ସ୍ପାର୍କ-୪ ଏୟାର ଏବଂ ଟେକ୍ନୋ ସ୍ପାର୍କ-୪ର ବଜାର ପ୍ରବେଶ କରାଯାଇଛି । ଟେକ୍ନୋ ସ୍ପାର୍କ ଗୋର ମୂଲ୍ୟ ୫,୪୯୯ଟଙ୍କା ରହିଛି । ଏଥିରେ ୫ ଏମ୍ପି ସେଲଫି କ୍ୟାମେରା, ୮ ଏମ୍ପି ପଛ କ୍ୟାମେରା ରହିଛି । ଏଥିରେ ଡୁଆଲ୍ ଫ୍ଲାଶ୍ ଲାଇଟ୍ ସୁବିଧା ରହିଛି । ଏହା ସହିତ ଏଥିରେ ୩୦୦୦ ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍,୬.୧ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ୨ଜିବି ରାମ୍, ୧୬ଜିବି ରମ୍ ଆଦି ସୁବିଧା ରହିଛି । ସେହିପରି ଟେକ୍ନୋ ସ୍ପାର୍କ ଏୟାରର ମୂଲ୍ୟ ୬,୯୯୯ଟଙ୍କା ରହିଛି ।ଏଥିରେ ଡୁଆଲ୍ ସେଲଫି କ୍ୟାମେରା ରହିଛି । ସେଥିମଧ୍ୟରେ ୧୩ ଏମ୍ପି କ୍ୟାମେରା ରହିଛି ।ଏଥିରେ ଡୁଆଲ୍ ଫ୍ଲାଶ୍ ଲାଇଟ୍ ସୁବିଧା ରହିଛି । ଏହା ସହିତ ଏଥିରେ ୩ ଇନ୍ ୧ ନନ୍ ହାଇବ୍ରିଡ୍ ସ୍ଲଟ୍, ଆଡଭାନ୍ସଡ୍ ଫେସ୍ ଅନଲକ୍ ୨.୦ ଆଂଟି ଅଏଲ ଫିଙ୍ଗରପ୍ରିଂଟ୍ ସେନସର, ୬.୧ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ୩ଜିବି ରାମ୍, ୩୨ଜିବି ରମ, ଡୁଆଲ୍ ୪ଜି ଭୋଲଟି୍ ଆଦି ସୁବିଧା ରହିଛି ।


