ଓଡ଼ିଶା ଟେଲର ଶ୍ରମିକ ସଂଘର ବୈଠକ
ଦେଶର ପ୍ରଗତିରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, (ୱାଇଏନ୍ଏସ୍): ଅଲ୍ ଓଡ଼ିଶା ଟେଲର ଶ୍ରମିକ ଆସୋସିଏସନର ବାର୍ଷିକ ବୈଠକ ସ୍ଥାନୀୟ ବରମୁଣ୍ଡାସ୍ଥିତ ରୁଚିକା ମାର୍କେଟ ରାଜ୍ୟ କାର୍ଯ୍ୟାଳୟଠାରେ ଉଦ୍ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହେଶ୍ୱର ମହାନ୍ତି, ଏଲାଇଡ୍ ସର୍ଭିସେସ୍ କେ ର ସିକ୍ୟୁରିଟି ପରିଚାଳନା ନିର୍ଦ୍ଦେଶକ ଯୋଗଦେଇ ଦେଶର ପ୍ରଗତିରେ ଦର୍ଜିଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅଲ୍ ଓଡ଼ିଶା ଟେଲର ଆସୋସିଏସନର ରାଜ୍ୟ ସଭାପତି ଭାବେ ଗୋପାଳ କୃଷ୍ଣ ଗୌଡ଼ଙ୍କୁ ମନୋନୀତ କରାଯାଇଥିବାବେଳେ କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ଗୌଡ଼ଙ୍କୁ ମନୋନିତ କରାଯାଇଥିଲା । ରାଜ୍ୟ ସାଧାରଣ ସଂପାଦକ ଭାବେ କୃଷ୍ଣଚନ୍ଦ୍ର ବିନ୍ଧାଣୀ ରତ୍ନଙ୍କୁ ମନୋନୀତ କରାଯାଇଥିବାବେଳେ ପୁରୁଷ ଓ ମହିଳା ଶ୍ରମିକ ଯୋଗଦାନ କରି ସେମାନଙ୍କର ଅବଦାନ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କୁଶଳୀ ଶ୍ରମିକ ଯୋଗଦାନ କରିବା ସହିତ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିର୍ମାଣ କରିବାରେ ଶ୍ରମିକମାନଙ୍କ ଅବଦାନର ପ୍ରାସଙ୍ଗିକତା ସଦା ସର୍ବଦା ରହିଆସିଛି । ଶେଷରେ ଅକ୍ଷୟ କୁମାର ରାଉତରା ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି ।


