ବଉଳାନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମସଭା

ହାଟଡ଼ିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମଲ୍ଲିପସି, ସରମୁଣ୍ଡି, ମୟୁରଭଞ୍ଜ ଜିଲ୍ଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡପଟା ଆଦି ଗ୍ରାମକୁ ଯାତାୟତର ସୁବିଧା ପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣହେବାକୁ ଥିବା ବଉଳାନାଳ ପୋଲ ନିର୍ମାଣ ପାଇଁ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଭାଲିଆଡାଳ ପଞ୍ଚାୟତର ସରପଞ୍ଚ ଜାନବୀ ସଏ, କେ ବାଲିପାଳ ପଞ୍ଚାୟତର ସରପଞ୍ଚ ରମ୍ଭାପାତ୍ର, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ଭାଲିଆଡାଳ ପଞ୍ଚାୟତର ସମିତିସଭ୍ୟା ଲକ୍ଷ୍ମୀ କୁଦାତା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କନିଷ୍ଠଯନ୍ତ୍ରୀ ସିଙ୍ଗରାଇ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ବଉଳା ନାଳ ଉପରେ ପୋଲ ନଥିବାରୁ ଗ୍ରାମବାସୀମାନେ କିପରି ସମସ୍ୟା ଭୋଗ କରୁଛନ୍ତି ତାହା ଉପରେ ମତବ୍ୟକ୍ତ କରିଥିଲେ । ବର୍ଷାଦିନେ କୌଣସି ରୋଗୀକୁ ଡାକ୍ତରଖାନା ନେବାରେ ନାନା ଅସୁବିଧା ଦେଖାଦେଉଥିବା, ଗାଁ ଭିତରକୁ ସାଇକେଲ କିମ୍ବା ବାଇକ ଟିଏ ଯାଇପାରୁ ନଥିବା, କୌଣସି ଦୈବି ଦୁର୍ବିପାକ ବେଳେ ଦମକଳ କିମ୍ବା ଆମ୍ବୁଲାନସଟିଏ ଗାଁକୁ ଯାଇ ପାରୁନଥିବାରୁ ଗାଁ ଲୋକମାନେ କି ପ୍ରକାର ସମସ୍ୟା ଭୋଗ କରୁଛନ୍ତି ତାହାକୁ ବର୍ଣ୍ଣନା କରିଥିଲେ । ଏବେ ପୋଲ ନିର୍ମାଣ ବେଳେ ବନ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରାଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଏହି ବଉଳାନାଳ ପୋଲ ଉପରେ ପୋଲଟିଏ ନିର୍ମାଣ ହେଲେ ମହୁଲଢ଼ିହା ଠାରୁ ଶରତ ପର୍ଯ୍ୟନ୍ତ ଗମନାଗମନର ସୁବିଧା ହୋଇପାରିବା ସହ ମଲ୍ଲିପସି, ସରମୁଣ୍ଡି, ମୟୁରଭଞ୍ଜ ଜିଲ୍ଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡପଟା ଆଦି ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା । ଆଜିର ଏହି ଗ୍ରାମସଭା ପରେ ଏହାର ଏକକିତା ନକଲ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ସାତକୋଶିଆ ରେଞ୍ଜରଙ୍କ ଜରିଆରେ କରଞ୍ଜିଆ ଡିଏଫଓଙ୍କ ନିକଟକୁ ପଠାଇବା ସହିତ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟକୁ ପଠାଇବାକୁ ନିଷ୍ପତି ହୋଇଥିଲା । ଏହି ଗ୍ରାମସଭାରେ କାଳନ୍ଦି କଳପାଳିଆ, ରାମଚନ୍ଦ୍ର ବିନିସିଆ, କାହ୍ନା କସିମାଳ, ସୁରଥି ନାଏକ, ସୀତା ବିନିସିଆ, ତୁମ୍ବି ବାନରା, ଦୁର୍ଗା ଗଡସରା, ଗୋଲଖ ପୁର୍ତ୍ତି, ଶୁକ୍ରା ପୁର୍ତ୍ତିଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ ଗ୍ରାମବାସୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ