ଗୋ ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର
ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ଆନୂକୁଲ୍ୟରେ ନାଉଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟ ତରଫରୁ ଆତ୍ମ ନିଯୁକ୍ତି ନିମନ୍ତେ ଗୋ ପାଳନ ସମ୍ବନ୍ଧୀୟ ୨ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ରୋହିଆ ପଂଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବିଦ୍ୟାଧର ଶତପଥି ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ତାଙ୍କ ସହିତ ଡାକ୍ତର ବନଜକାନ୍ତ ପତି, ଡାକ୍ତର ଅନ୍ନଦା ଦାସ, ଡାକ୍ତର ଉତ୍କଳିକା ପ୍ରିୟଦର୍ଶିନୀ, ଡାକ୍ତର ଶୁଭଶ୍ରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିବିରରେ ଉପସ୍ଥିତ ଚାଷୀମାନଙ୍କୁ ଗୋ ପାଳନ ଉପରେ ବିଶଦ ଭାବରେ ତାଲିମ ପ୍ରଦାନ କରିଥିଲେ । ଗ୍ରାମାଂଚଳର ଜନସାଧାରଣଙ୍କ ଆର୍ôଥକ ସ୍ଥିତି ସୁଧାର ଆଣିବା ସହିତ ଉନ୍ନତମାନର ଗୋ ପାଳନ କରିବା ପାଇଁ ଏହି ତାଲିମ ଶିବିରର ମୂଳ ଲକ୍ଷ୍ୟ ବୋଲି ନାଉଗାଁ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାଜା ଉଦୟଭାନୁ ରାଉତ, ଡାକ୍ତର ଶୁଭେନ୍ଦୁ ରଂଜନ ସେଠୀ ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ମୋଟ ୨୦ ଜଣ ଚାଷୀ ତାଲିମ ନେଇଥିଲେ । ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କେଶରୀ ରାଉତ, ସଚ୍ଚିଦାନନ୍ଦ ପୋଥାଳ ପ୍ରମୁଖ ଶିବିରକୁ ପରିଚାଳନା କରୁଥିଲେ ।


